ନୂଆଦିଲ୍ଲୀ ୨୩।୦୪ ତାମିଲନାଡୁରେ ଆଜି ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ । ଏଆଇଡିଏମକେ ଓ ବିଜେପି ମେଣ୍ଟରେ ନିର୍ବାଚନ ଲଢୁଥିବା ବେଳେ ଶାସକ ଦଳ ଡିଏମକେ ଓ କଂଗ୍ରେସ ମେଣ୍ଟରେ ମଇଦାନରେ ଅଛନ୍ତି । ଏଥିସହ ଅଭିନେତା ବିଜୟଙ୍କ ପାର୍ଟି ଟିଭିକେ ମଧ୍ୟ ସମସ୍ତ ୨୩୪ଟି ଆସନରେ ପ୍ରାର୍ଥି ଦେଇଛନ୍ତି। ମୋଟ୍ ଆସନରେ ୪ ହଜାରରୁ ଅଧିକ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି । ତାମିଲନାଡୁରେ ୫ କୋଟିରୁ ଅଧିକ ଭୋଟର ଭୋଟ ଦେବେ । କିଛି କିଛି ଆସନରେ କଂଗ୍ରେସ ଓ ବିଜେପିର ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ୍ କୋଲାଥୁର ଆସନରୁ ଲଢୁଥିବାବେଳେ ତାଙ୍କ ପୁଅ ଉଦୟନିଧି ଷ୍ଟାଲିନ୍ ଚେପୁକ୍ ଥିରୁଭାଲିକେନି ଆସନରୁ ଲଢୁଛନ୍ତି । ୨୦୧୧ରୁ ଷ୍ଟାଲିନ କୋଲାଥୁର ଆସନରୁ ନିର୍ବାଚନ ଲଢୁଛନ୍ତି ।

ସେହିଭଳି ଅଭିନେତା ବିଜୟ ଦୁଇଟି ଆସନରୁ ନିର୍ବାଚନ ଲଢୁଛନ୍ତି। ତିରୁଚିରାପାଲ୍ଲୀ ଇଷ୍ଟ ଏବଂ ପେରାମବୁର ଆସନରୁ ନିର୍ବାଚନ ଲଢୁଛନ୍ତି । ଏପଟେ ଏଆଇଏଡିଏମକେ ମୁଖ୍ୟ ତଥା ଏନଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଲାନିସ୍ୱାମୀ ଇଡାପଡ୍ଡି ଆସନରୁ ଲଢୁଛନ୍ତି । ୨୦୧୧ରୁ ପାଲାନିସ୍ୱାମୀ ଏହି ଆସନରୁ ନିର୍ବାଚନ ଲଢୁଛନ୍ତି । ଡିଏମକେରୁ ଓ ପନିରସେଲଭମ ବୋଦିନାୟାକାନୁର ଆସନରୁ ନିର୍ବାଚନ ଲଢୁଛନ୍ତି । ନିର୍ବାଚନର କିଛି ଦିନ ଆଗରୁ ସେ ଏଆଇଡିଏମକେରୁ ଡିଏମକେ ଆସି ସାମିଲ ହୋଇଥିଲେ । ବିଜେପି ପ୍ରାର୍ଥୀ ତଥା ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲିସାଇ ସୌନ୍ଦରାଜନ ମାଇଲାପୁର ଆସନରୁ ନିର୍ବାଚନ ଲଢୁଛନ୍ତି । ବିଜେପିର ରାଜ୍ୟସଭାପତି ନୈନାର ନାଗେନ୍ଦ୍ରନ ସତ୍ତୁର ଆସନରୁ ନିର୍ବାଚନ ଲଢୁଛନ୍ତି । ତାମିଲନାଡୁ ବିଧାନସଭାରେ ୨୩୪ଟି ଆସନ ରହିଛି । ଗତ ନିର୍ବାଚନରେ ଏଠାରେ ଡିଏମ୍କେ ୧୩୩ଟି ଆସନ ଜିତି କଂଗ୍ରେସ ଓ ଅନ୍ୟ କିଛି ଦଳ ସହ ମିଶି ସରକାର ଗଠନ କରିଥିଲା । ଅନ୍ୟପକ୍ଷରେ ଏଆଇଏଡିଏମ୍କେ ୬୦, ବିଜେପି ୪ ଓ ପିଏମ୍କେ ୩ଟି ଆସନ ଜିତିଥିଲେ ।

ପଶ୍ଚିମବଙ୍ଗରେ, ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟର ଅଂଶ ଭାବରେ ୧୬ଟି ଜିଲ୍ଲାର ୧୫୨ଟି ଆସନରେ ମତଦାନ ହେବ। ଉଭୟ ରାଜ୍ୟରେ ନିର୍ବାଚନୀ ପ୍ରତିଯୋଗିତା ଅତ୍ୟନ୍ତ ଆକର୍ଷଣୀୟ ହେବ ବୋଲି ଆଶା କରାଯାଉଛ।ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନିର୍ବାଚନ କମିଶନଙ୍କ ଅନୁଯାୟୀ, ରାଜ୍ୟର ୧୬ଟି ଜିଲ୍ଲାରେ ବିସ୍ତାରିତ ୧୫୨ଟି ଆସନରେ ୨୪୦୭ କମ୍ପାନୀ କେନ୍ଦ୍ରୀୟ ବାହିନୀ ମୁତୟନ କରାଯାଇଛି। ଏଥିରେ ଉତ୍ତର ବଙ୍ଗଳାର ଆଠଟି, ଦକ୍ଷିଣ ବଙ୍ଗଳାର ତିନୋଟି ଏବଂ ଜଙ୍ଗଲମହଲ ଅଞ୍ଚଳର ପାଞ୍ଚଟି ଜିଲ୍ଲା ଅନ୍ତର୍ଭୁକ୍ତ। ପୂର୍ବ ମେଦିନୀପୁର ଜିଲ୍ଲାରେ ସର୍ବାଧିକ ୨୭୩ କମ୍ପାନୀ ନିୟୋଜିତ କରାଯାଇଛି। ମତଦାନ କେନ୍ଦ୍ରଗୁଡ଼ିକୁ ସମ୍ପୂର୍ଣ୍ଣ ସୁଦୃଢ଼ ଦୁର୍ଗରେ ପରିଣତ କରାଯାଇଛି। କେନ୍ଦ୍ରୀୟ ବାହିନୀ ପରିସରର ୧୦୦ ମିଟର ପରିଧି ମଧ୍ୟରେ ନିୟନ୍ତ୍ରଣ ବଜାୟ ରଖିବେ। ପ୍ରତ୍ୟେକ ବୁଥରେ କେନ୍ଦ୍ରୀୟ ବାହିନୀର ଚାରି ଜଣ କର୍ମଚାରୀ ମୁତୟନ ହେବେ। ସ୍ଥାନୀୟ ପୋଲିସ କର୍ମଚାରୀଙ୍କୁ ଭୋଟରଙ୍କ ଧାଡ଼ି ପରିଚାଳନା ଦାୟିତ୍ୱ ଦିଆଯାଇଛି।

Also Read-Traffic Jamକୁ ନେଇ ମହିଳାଙ୍କ ଅସନ୍ତୋଷ ଉପରେ ଆସିଲା ଗିରିଶ ମହାଜନଙ୍କ ସଫେଇ, ଜାଣନ୍ତୁ କହିଛନ୍ତି କ’ଣ?