ଭଞ୍ଜନଗର ୧୩।୦୪ : ଦଣ୍ଡ ନାଚ ଦେଖି ଫେରୁଥିବା ବେଳେ ଦୁର୍ଘଟଣା। ଦୁଇ ବାଇକ୍ ମୁହାଁମୁହିଁ ଧକ୍କା । ଏହି ଭୟଙ୍କର ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ଗଞ୍ଜାମ ସୋରଡା ଥାନା ପୋଡାଖାରି ନିକଟରେ ଦୁର୍ଘଟଣା ଘଟିଛି।

Also Read:-ମା’ ହତ୍ୟାର ଗୁମର ଖୋଲିଦେଲା ୪ ବର୍ଷ ପୁଅ, ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲା ବାପା

ତେବେ ମୃତକ ହେଲେ ଗୋବିନ୍ଦପୁର ଗାଁର ଗୁରୁଦେବ ପ୍ରଧାନ , ଚାଞ୍ଚରାପଲ୍ଲୀ ଗାଁର ବଳିଆ ମଲ୍ଲିକ। ସେପଟେ ଦୁର୍ଘଟଣା ସଂପର୍କରେ ଖବରପାଇ ସୋରଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ତିନିଜଣଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।ସୋରଡା ପୋଲିସ୍ ମୃତଦେହକୁ ଜବତ କରି ଅଧିକ ତଦନ୍ତ କରୁଛି ।