ଉମରକୋଟ ୧୩।୦୪ : ୪ ବର୍ଷର ପୁଅ । ଖୋଲିଦେଲା ମା ହତ୍ୟାର ଗୁମର । ସ୍ତ୍ରୀକୁ ହତ୍ୟା କରି ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲା ସ୍ୱାମୀ । ମାଆକୁ ହତ୍ୟା କରି ବାପା ପାଇଖାନା ଟାଙ୍କିରେ ରଖିଥିବା ଗୁମର ଖୋଲିଦେଲା ୪ ବର୍ଷର ପୁଅ। ନବରଙ୍ଗପୁର ଜିଲ୍ଲା ଜୋଡ଼େଙ୍ଗା ପଞ୍ଚାୟତ ବରଗାଁରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ।

ଖବର ଅନୁଯାୟୀ, ଦୁଇ ଦିନ ତଳେ ସୁବାଷ ଗଣ୍ଡ ନିଜ ସ୍ତ୍ରୀ ମନେଇ କେଉଁଆଡେ ପଳାଇଥିବା ଗ୍ରାମବାସୀଙ୍କୁ କହିଥିଲା। କିନ୍ତୁ ୪ ବର୍ଷର ପୁଅ ଖୋଲିଲା ବାପାର କଳା କାରନାମା । ଶନିବାର ସ୍ୱାମୀ ସ୍ତ୍ରୀ ଓ ପରିବାର ସଦସ୍ୟ ମାନେ ଏକ ବାହାଘରକୁ ଯାଇଥିଲେ। ତେବେ ସୁବାସ ଓ ତାଙ୍କ ସ୍ତ୍ରୀ ସେହି ଦିନ ଘରକୁ ଫେରିଥିଲେ। କୌଣସି କଥାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପିଲାଙ୍କ ସମ୍ମୁଖରେ ସ୍ତ୍ରୀକୁ ହତ୍ୟା କରି ପାଇଖାନା ଟାଙ୍କିରେ ପକାଇ ଦେଇଥିଲା ସୁବାସ। ଏହାପରେ ସ୍ତ୍ରୀ କେଉଁ ଆଡେ ଚାଲିଗଲେ ବୋଲି ଗାଁ ଲୋକଙ୍କୁ କହିଥିଲା।

Also Read:-ଭାରତରେ ବଢ଼ିବକି ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ମୂଲ୍ୟ ? ବଡ଼ ଘୋଷଣା କଲେ ମୋଦି ସରକାର

ଅନ୍ୟପଟେ ୪ ବର୍ଷର ଛୋଟ ପୁଅ ଗ୍ରାମବାସୀଙ୍କ ସମ୍ମୁଖରେ ସବୁ ସତ କହିଥିଲା। ଯାହାପରେ ଗ୍ରାମବାସୀମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାଇଖାନା ଟାଙ୍କିରୁ ମୃତଦେହକୁ ଉଦ୍ଧାର କରିଛି । ଏହାସହ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । କିପରି ଓ କାହିଁକି ହତ୍ୟା କରିଲା ସ୍ୱାମୀ । ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଆବଶ୍ୟକ ପଡ଼ିଲେ ସାଇଣ୍ଟିଫିକ୍ ଟିମର ସହଯୋଗ ନେଇପାରେ ପୋଲିସ ।