ଲମତାପୁଟ ୨୦/୦୩: ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡ଼ ଆମ୍ବଗଛକୁ ଧକ୍କା ଦେଲା କାର, ଘଟଣାସ୍ଥଳରେ ଗାଡ଼ି ଚାଳକଙ୍କ ସମେତ ୨ଜଣ ଯୁବକଙ୍କ ମୃତ୍ୟୁ । କୋରାପୁଟ ନନ୍ଦପୁରଠାରୁ ପାଡୁଆ ମୁଖ୍ୟ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଏହି କାର୍ ନନ୍ଦପୁରରୁ ପାଡୁଆ ଦିଗକୁ ଯାଉଥିବାବେଳେ ରାସ୍ତାକଡ଼ରେ ଥିବା ଏକ ଆମ୍ବ ଗଛକୁ ଧକ୍କା ଦେଇଥିଲା ।

also read...ଆସୁଛି କାଳବୈଶାଖୀ, ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷିବ, ୨୫ ଯାଏଁ ଝଡ଼ବର୍ଷା ଆଲର୍ଟ

ଦୁର୍ଘଟଣାର ଭୟାବହତା ଏପରି ଥିଲା ଯେ ଗାଡ଼ିଟି ଭାରି କ୍ଷତିଗ୍ରସ୍ତ ହୋଇ ଆରୋହୀମାନେ ଭିତରେ ଚାପି ହୋଇରହିଥିଲେ । ନନ୍ଦପୁର ଅଗ୍ନିଶମ ବିଭାଗର ଏଏସଓ ହେମନ୍ତ କୁମାର ସାମଲ, ପ୍ରକାଶ କିଷାନ୍ ସହ ଅନ୍ୟ ସହଯୋଗୀମାନେ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଗାଡ଼ିର କାଚ ଭାଙ୍ଗି ଆହତ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ । ପରେ ଗୁରୁତରମାନଙ୍କୁ ତୁରନ୍ତ ଦମକଳ ଗାଡ଼ିରେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକମାନେ ଗୋଲୁର ଗାଁର ଲବ ଖରା ଓ ଖୁଡୁବ ଗାଁର ଅନନ୍ତ ପାଙ୍ଗି ବୋଲି ପରିଚୟ ମିଳିଛି ।