ଭୁବନେଶ୍ୱର ୦୫।୦୩ : ୟ୍ୟୁଟୁବର ରାହୁଲ ମହାରଣା ହତ୍ୟା ଘଟଣା। ସୋସିଆଲ ମିଡିଆରେ ନ୍ୟାୟ ମାଗିଲେ ମୃତ ରାହୁଲଙ୍କ ପତ୍ନୀ ତ୍ରିଷ୍ଣା । କହିଲେ କି ମୋହନ ସରକାର ହିଁ ମୋତେ ନ୍ୟାୟ ଦେଇପାରିବେ ।

ଏକ ଭିଡ଼ିଓ ଜରିଆରେ ରାହୁଲଙ୍କ ପତ୍ନୀ କହିଛନ୍ତି ଯେ, ପୋଲିସର ତଦନ୍ତରେ ସେ ଆଦୌ ସନ୍ତୁଷ୍ଟ ନୁହନ୍ତି। ତାଙ୍କ ପରିବାର ମଧ୍ୟ ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାହୁଲଙ୍କୁ ନ୍ୟାୟ ମିଳୁ। ଏବେ ତାଙ୍କର କାହା ଉପରେ ଭରସା ନାହିଁ । କେବଳ ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ରହିଛି । ତାଙ୍କ ସ୍ୱାମୀଙ୍କୁ ଯଦି ନ୍ୟାୟ ନମିଳେ ତେବେ ସେ ନିଜ ସହିତ କିଛି ବି କରିପାରନ୍ତି ବୋଲି ଚେତାବନୀ ବି ଦେଇଛନ୍ତି ।

ଏ ଖବର ବି ପଢନ୍ତୁ:- ସାମ୍ନାକୁ ଆସିଲେ ରାହୁଲଙ୍କ ସାଙ୍ଗ ଶିବା, ମୋତେ ନିର୍ଘାତ ପିଟିଲେ, ମୁଁ ବେହୋସ ଥିଲି...

ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପରିବାର କହିଛନ୍ତି । ଏହା ପଛରେ ଆଉ କେହି ଥାଇପାରନ୍ତି ବୋଲି ଅଭିଯୋଗ କରିଛି । ହତ୍ୟା ପୂର୍ବରୁ ରାହୁଲଙ୍କୁ ଫୋନ ଯୋଗେ ବାରମ୍ବାର ଧମକ ମିଳୁଥିଲା । ଗାଡ଼ି ପାର୍କିଂକୁ ନେଇ ଜଣେ ବ୍ୟବସାୟୀଙ୍କ ସହ ପୂର୍ବରୁ ବିବାଦ ଥିବା ସହ, ଜଣେ ବିହାରୀ ମହିଳାଙ୍କ ଠାରୁ ମଧ୍ୟ ଧମକ ମିଳିଥିବାର ଅଭିଯୋଗ ହୋଇଛି । ଏଭଳି ହତ୍ୟା ପଛରେ ଗଭୀର ଷଡଯନ୍ତ୍ର ଥାଇପାରେ ବୋଲି ପରିବାର ଅଭିଯୋଗ କରିଛି । ରାହୁଲଙ୍କୁ ନ୍ୟାୟ ପ୍ରଦାନ ସହିତ ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ପରିବାର ଦାବି କରିଛନ୍ତି ।