ସମ୍ବଲପୁର ୦୨।୦୮ : ପିଠିରେ ଭୁସା ହୋଇଥିଲା ଛୁରି। ବାହାରୁଥିଲା ରକ୍ତ । ଏଭଳି ଅବସ୍ଥାରେ ଜଣେ ଯୁବକ ଦୀର୍ଘ ୪ କିମି ଚାଲି ଚାଲି ବଞ୍ଚାଇଛନ୍ତି ଜୀବନ। ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଚିପିଲିମା ଫାଣ୍ଡି ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

ଖବର ଅନୁଯାୟୀ, ଘଣ୍ଟେଶ୍ୱରୀ ମନ୍ଦିର ନିକଟରେ ଶନିବାର ଅପରାହ୍ନରେ ଜଣେ ଯୁବକଙ୍କୁ ଛୁରା ମାଡ଼ ହୋଇଥିବା ସ୍ଥାନୀୟ ଲୋକ ଦେଖି ବୁର୍ଲା ପୋଲିସକୁ ସୂଚନା ଦେଇଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବୁର୍ଲା ଭିମସାର ନିଆଯାଇଥିଲା । ସେଠାରେ ଅସ୍ତ୍ରୋପଚାର କରି ପିଠିରୁ ଛୁରିକୁ ବାହାର କରାଯାଇଥିଲା। ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ପୋଲିସ ପ୍ରକାଶ କରିଛି । ଯୁବକ ଜଣକ ମାନସିକ ଭିନ୍ନକ୍ଷମ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । କଥାବାର୍ତ୍ତାରୁ ସେ ବାହାର ରାଜ୍ୟର ହୋଇଥିବା ଅନୁମାନ କରାଯାଉଛି । ଯୁବକଙ୍କ ପରିଚୟ ମିଳି ପାରିନାହିଁ ।

Also Read:-Friendship Day : ଆଜି ହେଉଛି ବନ୍ଧୁତ୍ୱ ଦିବସ; ଜାଣନ୍ତୁ କାହିଁକି ପାଳନ କରାଯାଏ...

ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଯୁବକ ପିଠିରେ ଛୁରି ଲାଗି ରକ୍ତସ୍ରାବ ହେଉଥିବା ସତ୍ତେ୍ୱ ସେ ବରହମପୁରା, ସେହ୍ନାପାଲି, ଟିହିକିପାଳି, ବକବିରା ଦେଇ ଚାଲିଚାଲି ଘଣ୍ଟେଶ୍ୱରୀ ମନ୍ଦିର ନିକଟକୁ ପହଞ୍ଚିଥିଲେ। କିଏ ଓ କେଉଁ କାରଣରୁ ତାଙ୍କୁ ଆକ୍ରମଣ କଲା ତାହା ଅସ୍ପଷ୍ଟ ରହିଛି । ପୁଲିସ୍ ଘଟଣାର ତଦନ୍ତ କରୁଛି।