ଅନୁଗୋଳ ୦୫।୦୫ :  ମା’ ସହ ଅନ୍ୟ ଜଣେ ଯୁବକଙ୍କ ଅନୈତିକ କାର୍ଯ୍ୟକୁ ଦେଖିଦେଲା ପୁଅ । ରଙ୍ଗେହାତ୍ ଧରାପଡ଼ିବା ପରେ ରକ୍ତମୁଖା ହୋଇଉଠିଲା ପ୍ରେମିକ। ମହିଳାଙ୍କ ପୁଅକୁ ପିଟାମରା କରିବା ସହିତ ଛୁରୀରେ ତାଙ୍କ ଶ୍ୱଶୁରଙ୍କୁ ଆକ୍ରମଣ କରିଲା । ଅନୁଗୁଳ ସହର ଉପକଣ୍ଠରେ ଗତ ଶୁକ୍ରବାର ରାତିରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ।

ଖବର ଅନୁଯାୟୀ,  ଗତ ଶୁକ୍ରବାର ରାତି ପ୍ରାୟ ୧୦ଟା । ବଲାସିଂହା ଅଞ୍ଚଳର ପ୍ରେମିକ ମହିଳାଙ୍କ ଘରେ ପହଞ୍ଚିଥିଲା । ଉଭୟ ପରକୀୟା ପ୍ରୀତିରେ ମାତିଥିବା ବେଳେ ଦେଖି ଦେଲା ଭେଣ୍ଡା ପୁଅ । ହଠାତ୍‌ ସେ ଜୋରରେ ପାଟି କରିଥିଲେ । ସେ ପାଟି କରିବାରୁ ଧରାପଡିଯିବା ଭୟରେ ପ୍ରେମିକ ତାଙ୍କୁ ଗାଳିଗୁଲଜ କରିବା ସହିତ ବାଉଁଶ ବାଡ଼ିରେ ପିଟାମରା କରିଥିଲା । ତାଙ୍କୁ ରକ୍ଷା କରିବାକୁ ଆସିଥିବା ତାଙ୍କ ଜେଜେବାପାଙ୍କୁ ପ୍ରେମିକ ଛୁରୀରେ ଆକ୍ରମଣ କରିଥିଲା । ଛୁରୀ ଆକ୍ରମଣରେ ବୃଦ୍ଧଙ୍କ ଗାଲରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ପରିବାର ଲୋକ ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏନେଇ ମହିଳାଙ୍କ ପୁଅ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Also Read:-Bijaya Thalapati- Trisha Krishnan : ତାମିଲନାଡୁରେ ବିଜୟର ସେଲିବ୍ରେସନ୍ , ଏହାରି ଭିତରେ ବିଜୟଙ୍କ ଘରେ ପହଞ୍ଚିଲେ ଅଭିନେତ୍ରୀ ତ୍ରିଶା