ମୁମ୍ବାଇ : ଏଥର ତାମିଲନାଡୁରେ ବିଜୟଙ୍କ ବିଜୟ। ସବୁଠି ସେଲିବ୍ରେସନର ମାହୋଲ। ଏ ପର୍ଯ୍ୟନ୍ତର ଟ୍ରେଣ୍ଡ୍ ଅନୁସାରେ ଅଭିନେତାରୁ ରାଜନେତା ସାଜିଥିବା ବିଜୟଙ୍କ ଟିଭିକେ ଦଳ ଦମଦାର ପ୍ରଦର୍ଶନ କରିଛି। ଏହି ବଡ଼ ସଫଳତା ମଧ୍ୟରେ  ଚର୍ଚ୍ଚାକୁ ଆସିଛନ୍ତି ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନ, ଯିଏ କି ବିଜୟଙ୍କ ରିଉମର୍ ଗାର୍ଲଫ୍ରେଣ୍ଡ।  ତ୍ରିଶା, ବିଜୟଙ୍କ ଚେନ୍ନାଇ ସ୍ଥିତ ବାସଭବନରେ ପହଞ୍ଚିଛନ୍ତି । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଗୋଟେ ପଟେ ଫ୍ୟାନ୍ସ ଖୁସ୍ ଅନ୍ୟପଟେ ଗସିପ ବି ଆରମ୍ଭ ହୋଇ ଗଲାଣି। 

​​​​​​​#WATCH | Tamil Nadu: Actor Trisha Krishnan leaves from the residence of TVK chief and actor Vijay, in Chennai.

TVK is currently leading in 110 seats of the total 234 in the state. pic.twitter.com/332dL4OiIp

Also Read- Vijay-Trisha: ଅଜବ ସଂଯୋଗ; ଗର୍ଲଫ୍ରେଣ୍ଡ ତ୍ରିଶାଙ୍କ ଜନ୍ମଦିନରେ ଇତିହାସ ରଚିଲେ ଥାଲାପତି, ତାମିଲନାଡୁରେ ସେଲିବ୍ରେସନ ଡବଲ

୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ଫଳାଫଳରେ, ଥାଲାପଥି ପିନ୍ଧିଛନ୍ତି ବିଜୟର ମୁକୁଟ।  ବିଜୟଙ୍କ ଦଳ ଟିଭିକେ ଇତିହାସ ରଚିଛି। ସିଲଭର ସ୍କ୍ରିନ୍ ପରେ, ବିଜୟ ନିର୍ବାଚନ ମୈଦାନରେ ବି କମାଲ୍ କରି ଦେଖାଇଛନ୍ତି।  ବିଜୟଙ୍କୁ ବିଜୟର ପତାକା ଉତ୍ତୋଳନ କରିବାର ଦେଖି ତାମିଲନାଡୁର ପ୍ରଶଂସକମାନେ ଅତ୍ୟଧିକ ଖୁସି ହୋଇଛନ୍ତି। କିନ୍ତୁ ଫ୍ୟାନ୍ସ କହୁଛନ୍ତି ରିଉମର୍ଡ ଗାର୍ଲଫ୍ରେଣ୍ଡ ତ୍ରିଶାଙ୍କ ପାଇଁ, ଏହି ବିଜୟର ଉତ୍ସବ ଦୁଇଗୁଣିତ ହୋଇଛି ? ପ୍ୟାନ୍ସ ଆହୁରି କହିଛନ୍ତି  ବିଜୟଙ୍କ ବିଜୟ  ତ୍ରିଶାଙ୍କ ପାଇଁ ଜନ୍ମ ଦିନରେ ସବୁଠୁ ବଡ଼ ଉପହାର। ବିଜୟଙ୍କ ଐତିହାସିକ ବିଜୟରେ ସେ ବି ଭାରି ଖୁସି ନଜର ଆସୁଛନ୍ତି। ତିରୁପତି ଯାତ୍ରା ସମୟରେ କଏଦ ହୋଇଥିବା ଫୁଟେଜରେ ତ୍ରିଶାଙ୍କୁ ହସୁଥିବା ଦେଖାଯାଇଥିଲା, ତାହା ସ୍ପଷ୍ଟ କରିଥିଲା ଯେ ସେ ଅଭିନେତାଙ୍କ ବିଜୟ ପ୍ରତି ଆତ୍ମବିଶ୍ୱାସୀ ଥିଲେ। 

​​​​​​​#WATCH | Andhra Pradesh: Actor Trisha Krishnan had the darshan of Lord Sri Venkateswara Swamy at Tirumala Tirupathi Devasthanam earlier this morning. pic.twitter.com/mhiaHMOu5l