ରାଉରକେଲା ୦୮।୦୮: ପେଟ୍ରୋଲ ଢାଳି ନିଆଁ ଲଗାଇ ଯୁବକଙ୍କୁ ହତ୍ୟା ଉଦ୍ୟମ। ରାଉରକେଲା ଲହୁଣୀପଡ଼ା ଥାନା ଘଣିପଶା ଗାଁର ଘଟିଛି ଅଭାବନୀୟ ଘଟଣା। ପୀଡ଼ିତ ଯୁବକଙ୍କ ନାଁ କାହ୍ନୁ ଚରଣ ମାହାନ୍ତ। ସେ ଶୌଚ ହେବା ପାଇଁ ନାଳକୁ ଯାଇଥିବା ସମୟରେ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। କାହ୍ନୁ ଚରଣ ମାହାନ୍ତଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା IGH ରେ ଭର୍ତ୍ତି କରାଯାଇଛି।