ସାଲେପୁର ୨୬।୧୦ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ପ୍ରଥମେ ସାଲେପୁର ମେଡିକାଲ ଓ ପରେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ପଠାଯାଇଛି। କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ଜପକୁଦ ବଜାରରେ ଏହି ଘଟଣା ଘଟିଛି।

ତେବେ ଆହତ ଯୁବକ ହେଉଛନ୍ତି ଜପକୁଦ ଫାଣ୍ଡି ଅଧୀନ ଓଡ଼ାସିଂହ ଗାଁର କେଦାର ସ୍ୱାଇଁ। ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ଜପକୁଦ ବଜାରରେ କେଦାର ସ୍ୱାଇଁଙ୍କ ସହ ଦୁଇଜଣ ଯୁବକଙ୍କର ବଚସା ହୋଇଥିଲା। ଏହା ପରେ ଦୁଇଜଣ ଯୁବକ କେଦାରଙ୍କ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ତାଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଥିଲା। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପୋଲିସ ନିଜ ଭ୍ୟାନରେ ସାଲେପୁର ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏହାସହିତ ପୋଲିସ ଘଟଣାର ଛାନ୍ଭିନ୍ ଜାରି ରଖିଛି । କାହିଁକି ଏହି ଆକ୍ରମଣ ହୋଇଛି । ସେନେଇ ମଧ୍ୟ ଖୋଳତାଡ ଜାରି ରଖିଛି ପୋଲିସ ।

Watch Video:-