ବୌଦ୍ଧ ୨୦।୯: ଗଞ୍ଜେଇ ଭର୍ତ୍ତି କାର୍ ଧକ୍କାରେ ଯୁବକଙ୍କ ମୃତ୍ୟୁ । ବୌଦ୍ଧ ଆଦର୍ଶ ଥାନା ଚମ୍ପାପୁର ଛକ ନିକଟରେ ବାଇକ୍କୁ ଧକ୍କା ଦେଇ ଘୋଷାଡି ନେଲା କାର୍ । ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ମଥୁରା ଗାଁର ଅଶୋକ ଅଦର୍ । କାର୍ରୁ ୩ ବସ୍ତା ଗଞ୍ଜେଇ ବାହାରିଥିବା ସୂଚନା ମିଳିଛି । ଗାଡ଼ିରେ ଥିବା ଦୁଇ ଜଣକୁ ଅଟକ ରଖି ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ । ଘଟଣା ସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Also Read:- ତୋଟାପଡ଼ା ଛକରେ ଭୟଙ୍କର ଦୁର୍ଘଟଣା, ସ୍ପଟରେ ହିଁ ଚାଲିଗଲା ୨ ଜୀବନ

ବୌଦ୍ଧ ଚାରିଛକ ପଟରୁ ଏକ ଗଞ୍ଜେଇ ଭର୍ତ୍ତି କାର୍ ଦ୍ରୁତଗତିରେ ଆସୁଥିବା ବେଳେ ଚମ୍ପାପୁର ଛକ ନିକଟରେ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଯାଇଥିଲା । ଗ୍ରାମବାସୀ କାର୍ରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ କାବୁ କରି ପୋଲିସର ଜିମା ଦେଇଛନ୍ତି । ଗାଡ଼ିରୁ ପ୍ରାୟ ୩ ବସ୍ତା ଗଞ୍ଜେଇ ବାହାରିଥିବା ବେଳେ ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Watch Video: