ବୌଦ୍ଧ ୨୦।୯: ଗଞ୍ଜେଇ ଭର୍ତ୍ତି କାର୍ ଧକ୍କାରେ ଯୁବକ ମୃତ । ବୌଦ୍ଧ ଆଦର୍ଶ ଥାନା ଚମ୍ପାପୁର ଛକ ନିକଟରେ ବାଇକକୁ ଧକ୍କା ଦେଇ ଘୋଷାଡି ନେଲା ଇନୋଭା । ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ମଥୁରା ଗାଁର ଅଶୋକ ଅଦର୍ । କାର ରୁ ୩ ବସ୍ତା ଗଞ୍ଜେଇ ବାହାରିଥିବା ସୂଚନା । ଗାଡ଼ିରେ ଥିବା ଦୁଇ ଜଣକୁ ଅଟକ ରଖି ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ । ଘଟଣା ସ୍ଥଳରେ ଆଦର୍ଶ ଥାନା ପୋଲିସର ତଦନ୍ତ । ବୌଦ୍ଧ ଚାରିଛକ ପଟରୁ ଏକ ଗଞ୍ଜେଇ ଭର୍ତ୍ତି କାର ଦ୍ରୁତ ଗତିରେ ଆସୁଥିବା ବେଳେ ଚମ୍ପାପୂର୍ ଛକ ନିକଟରେ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଯାଇଥିଲା । ଗ୍ରାମବାସୀ କାରରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ କାବୁ କରି ପୋଲିସର ଜିମା ଦେଇଛନ୍ତି। ଗାଡ଼ିରୁ ପ୍ରାୟ ୩ ବସ୍ତା ଗଞ୍ଜେଇ ବାହାରିଥିବା ବେଳେ ଘଟଣା ସ୍ଥଳରେ ଆଦର୍ଶ ଥାନା ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।