ଖୋର୍ଦ୍ଧା ୨୦।୦୯ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ତୋଟାପଡ଼ା ଛକରେ ଘଟିଛି ଦୁର୍ଘଟଣା । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଛି ।

ଖବର ଅନୁଯାୟୀ, ରବିବାର ଦିନ ସକାଳ ସମୟରେ ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା । ତୋଟାପଡ଼ା ଛକରେ ରେଳବାଇ ଓଭରବ୍ରିଜ୍‌ ତଳେ ଏକ ମାଲବୋଝେଇ ଟ୍ରକ ଛିଡ଼ା ହୋଇଥିଲା । ଏହି ସମୟରେ ଟ୍ରକକୁ ଟ୍ରଲର ପଛ ପଟୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଟ୍ରକରେ ଥିବା ଡ୍ରାଇଭର ଏବଂ ହେଲପରଙ୍କ ମୃତ୍ୟୁ ହୋଇଯାଇଛି ।  

Also Read:-Katrina kaif: ବଡିଶେମିଂ ପରେ କ୍ୟାଟ୍ରିନା ଦେଲେ କଡା ଜବାବ, କହିଲେ- ‘ ସୁନ୍ଦର ଦେଖାଯିବା ନୁହେଁ, ବେଷ୍ଟ ଫିଲ୍‌ କରିବା ଗୁରୁତ୍ୱପୂର୍ଣ୍ଣ’

ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ଦୁଇ ମୃତଦେହକୁ ଜବତ କରି ମେଡିକାଲକୁ ପଠାଇଛି । ବାକି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଛାନ୍‌ଭିନ୍‌ ଜାରି ରଖିଛି ।