ନବରଙ୍ଗପୁର ୨୬।୦୯ : ସେଲ୍ଫି ନେବା ହେଲା କାଳ। ସେଲ୍ଫି ନେବା ବେଳେ ନଦୀରେ ଖସି ପଡିଲେ ମହିଳା। ନବରଙ୍ଗପୁର ସ୍ଥିତ ଇନ୍ଦ୍ରାବତୀ ନଦୀ ପୋଲ ଉପରୁ ସେଲଫି ନେବାବେଳେ ନଦୀରେ ଖସି ମହିଳା ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି ।

ଖବର ଅନୁଯାୟୀ, ନିଖୋଜ ମହିଳା ଜଣକ ହେଲେ ନବରଙ୍ଗପୁର ସହର ମେଦରୀ ସାହିର ସିରିସା ନାଏକ। ଶୁକ୍ରବାର ବନ୍ୟା ପାଣି ଦେଖିବାକୁ ପରିବାର ସହ ନବରଙ୍ଗପୁର ଇନ୍ଦ୍ରାବତୀ ନଦୀ ନିକଟକୁ ଆସିଥିବା ବେଳେ ଅଘଟଣ। ଘଟଣାସ୍ଥଳରେ ରେସ୍କ୍ୟୁ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ଯ ଚଳାଇଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ମିଳିନାହିଁ। ନଦୀରେ ଅକାତକାତ ପାଣି ଏବଂ ଅନ୍ଧାର ହୋଇଯାଇଥିବାରୁ କାଲି ରାତିରେ ଉଦ୍ଧାର ସମ୍ଭବ ହୋଇନଥିଲ । ଆଜି ପୁଣି ସକାଳୁ ରେସ୍କ୍ଯୁ ଅପରେସନ ଜାରି ରହିଛି ।

Also Read:-ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ୭ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା