କଳାହାଣ୍ଡି ୨୧।୦୫ : ମେଲୋଡି ବେଳେ ଛୁରାମାଡ଼ । ମେଲୋଡି ଦେଖି ନାଚୁଥିବା ବେଳେ ଯୁବକଙ୍କୁ ଛୁରାମାଡ଼ । ଝାରସୁଗୁଡ଼ା ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ୍ରେ ଚାଲିଥିବା ମେଲୋଡି ଉତ୍ସବରେ ଘଟିଛି ଏହି ଘଟଣା ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ ଚାଲିଥିଲା ମେଲୋଡି କାର୍ଯ୍ୟକ୍ରମ । ଏହି ସମୟରେ ହଠାତ୍ ୧୦ରୁ ଅଧିକ ଯୁବକ ସଦର ଥାନା କନାବିରା ଗାଁରେ ଦିନେଶ ଶବରଙ୍କ ଉପରକୁ ହଠାତ୍ ଆକ୍ରମଣ କରିଥିଲେ । ପଛପଟୁ ଛୁରୀ ସହାୟତାରେ ଆକ୍ରମଣ କରିଥିଲେ । ଯେଉଁଥିରେ ଯୁବକ ଜଣଙ୍କ ଗୁରୁତର ହୋଇ ଘଟଣାସ୍ଥଳରେ ପଡିଯାଇଥିଲେ । ଏହାପରେ ସ୍ଥାନୀୟ ଲୋକ ଓ ପୋଲିସ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

Also Read:-Love In Jail : ଜେଲ୍‌ରେ ବି ରୋମାନ୍ସ ! ହତ୍ୟା ଅଭିଯୁକ୍ତଙ୍କୁ ପ୍ରେମ, ବାହାରିବା ପରେ ଗର୍ଭପାତ !

ଅନ୍ୟପଟେ ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଛୁରାମାଡ଼ ହୋଇଥିବା ଯୁବକଙ୍କ ପରିବାର ପକ୍ଷରୁ ଥାନାରେ ଏବେ ଯାଏଁ ଲିଖିତ ଅଭିଯୋଗ ହୋଇନାହିଁ । ଏହି ଗଣ୍ଡଗୋଳରେ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ପୋଲିସ ଛାନ୍ଭିନ୍ ଜାରି ରଖିଛି ।