କଟକ ୨୩।୩: ଥାନା ଉପରେ ଚଢ଼ି ଯୁବକଙ୍କ ଉନ୍ମତ୍ତକାଣ୍ଡ । ସିଏ ପୁଣି କଟକ ମଙ୍ଗଳାବାଗ ଥାନାରେ । ମଙ୍ଗଳାବାଗ ଥାନା ପରିସରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଯାହାକୁ ଦେଖିବାକୁ ଥାନା ପରିସରରେ ଲୋକଙ୍କ ଭିଡ଼ ଜମିଥିଲା । ଲୋକେ ଯେତେ ବୁଝାଇଥିଲେ ବି ଯୁବକ ଜଣଙ୍କ କିଛି ଶୁଣିନଥିଲେ । ଶେଷଡରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛନ୍ତି । ତେବେ ଯୁବକ ଜଣଙ୍କ କିଏ ? ସେ କଣ ପାଇଁ ଏଭଳି କରୁଥିଲେ ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

​​​​​​​ଯୁବକଙ୍କ ହାଇଡ୍ରାମା:

ସୂଚନାଯୋଗ୍ୟ ଯେ, କଟକ ମଙ୍ଗଳାବାଗ ଥାନା ପରିସରରେ ଯୁବକଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି । ସୋମବାର ସକାଳୁ ସକାଳୁ ହଠାତ୍ ମଙ୍ଗଳାବାଗ ଥାନା ଛାତ ଉପରେ ଚଢ଼ିଗଲେ ଜଣେ ଯୁବକ । ଛାତ ଉପରେ ଚଢିବା ସହ ବେକରେ ଗାମୁଛା ଲଗାଇଥିବା ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଥାନା ପୋଲିସ ଏବଂ ସେଠାରେ ଉପସ୍ଥିତ ଲୋକ ତାଜୁବ ହୋଇଯାଇଥିଲେ । ପୋଲିସ ଏବଂ ଉପସ୍ଥିତ ଲୋକ ତାଙ୍କୁ ଅଟକାଇବାକୁ ଲାଗିଥିଲେ । ହେଲେ ଯୁବକ ଜଣଙ୍କ କିଛି ଶୁଣିନଥିଲେ କି ସେ ଓହ୍ଲାଇବାକୁ ନାରାଜ ଥିଲେ ।ବହୁ ଉଦ୍ୟମ ପରେ ବିଫଳ ହୋଇଥିଲା ପୋଲିସ । ଶେଷରେ ବାଧ୍ୟ ହୋଇ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଥାନାରେ ପହଞ୍ଚିଥିଲେ । ଥାନା ଛାତ ଉପରେ ଚଢ଼ିଥିବା ଯୁବକଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ତୁରନ୍ତ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଯୁବକ ଜଣଙ୍କ କିଏ ଓ କାହିଁକି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

Also Read:- ପୁରୀରେ ପ୍ରବଳ କୁହୁଡ଼ି, ଲୁଚିଗଲା ବଡ଼ଦେଉଳ...