ଉଦଳା ୮।୮: ନାବାଳିକାଙ୍କୁ ଅପହରଣ । ପରେ ଦୁଷ୍କର୍ମ । ଦୁଷ୍କର୍ମ ବେଳର ଭିଡିଓ କଲେ ଭାଇରାଲ୍ । ଅଭିଯୁକ୍ତ ଯୁବକକୁ ଧରିପକାଇଲା ପୋଲିସ । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଉଦଳା ଥାନା ଅଞ୍ଚଳରେ । ଯୁବକଙ୍କୁ ଅଟକ ରଖି ଛାନଭିନ ଜାରି ରଖିଛି ପୋଲିସ ।

ପୂରା ଘଟଣା ଥିଲା ଏମିତି

ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ କୁନା ସିଂ ନାମକ ଜଣେ ଯୁବକ ଅପହରଣ କରି ନେଇଥିବା ନେଇ ନାବାଳିକାଙ୍କ ପରିବାର ଲୋକେ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ନାବାଳିକାଙ୍କୁ ଯୁବକ କୁନା ସିଂଙ୍କ ସମ୍ପର୍କୀୟଙ୍କ ଘର କୁଳିଅଣାରୁ ଉଦ୍ଧାର କରିଥିଲା ପୋଲିସ । ଉଦ୍ଧାର ପରେ ନାବାଳିକାଙ୍କୁ ପଚରା ଉଚରା କରିବାକୁ ଯୁବକ କୁନା ସିଂ ତାଙ୍କୁ ଅପହରଣ କରି ନେବା ପରେ ଦୁଷ୍କର୍ମ କରିଥିବା କହିଥିଲେ । ଏମିତି କି ଦୁଷ୍କର୍ମ ବେଳର ଭିଡିଓ ଭାଇରାଲ କରିଥିବା ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ପୋଲିସ ସମ୍ପୃକ୍ତ ଯୁବକ କୁନା ସିଂକୁ ଗିରଫ କରିଛି । ଅଭିଯୁକ୍ତ ଯୁବକ ଜଣକ କରିଥିବା ଆପତ୍ତିଜନକ ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ।