ନୂଆପଡ଼ା ୮।୮: ନୂଆପଡ଼ା ଜିଲ୍ଲା ଧରମବନ୍ଧା ହସ୍ପିଟାଲ କ୍ୱାର୍ଟର ଭିତରୁ ଜଣେ ଆଟେଣ୍ଡାଣ୍ଟ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାକୁ ନେଇ ଚର୍ଚ୍ଚା ଜୋର । ମୃତ ଯୁବତୀଙ୍କ ଘର ଧରମବନ୍ଧା ଥାନା ଅଞ୍ଚଳରେ ବୋଲି ଜଣାପଡିଛି । ସେ ପ୍ରାୟ ଦେଢ଼ ବର୍ଷ ଧରି ଧରମବନ୍ଧା ହସ୍ପିଟାଲରେ ଆଟେଣ୍ଡାଣ୍ଟ ଭାବେ କାମ କରୁଥିଲେ । ପ୍ରେମ ସମ୍ପର୍କରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି କୁହାଯାଉଛି ।

ଧରମବନ୍ଧା ହସ୍ପିଟାଲରେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିବା ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା । ତାହା ଜଣାପଡିବା ପରେ ଘଟଣା ଜଣା ପଡିବ ପରେ ଖରିଆର ରୋଡ଼କୁ ବଦଳି କରାଯାଇଥିଲା । ତେବେ ଶୁକ୍ରବାର ରାତିରେ ମୃତ ଆଟେଣ୍ଡାଣ୍ଟ ଏବଂ ଯୁବକଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା । ଯାହା ଫଳରେ ଯୁବକ ଜଣଙ୍କ ହସ୍ପିଟାଲ ଛାଡି ଚାଲି ଯାଇଥିଲା । ଯୁବତୀ ଜଣଙ୍କ କୁଆଡେ ଆତ୍ମହତ୍ୟା କରିବା ନେଇ ଫୋନ୍ ଯୋଗେ ଯୁବକଙ୍କୁ କହିଥିଲେ । ପରେ ସେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଗଛରେ ଝୁଲି ପଡିଥିଲେ ବୋଲି କୁହାଯାଉଛି । ତାଙ୍କ ଜୀବନ ରକ୍ଷା କରିବା ପାଇଁ ଯୁବକ ଜଣଙ୍କ ଚେଷ୍ଟା ମଧ୍ୟ କରିଥିଲେ ହେଲେ ବଞ୍ଚେଇ ପାରିନାହିଁ ।

Also Read:- ଶଙ୍ଖା-ସିନ୍ଦୂର, ନାଲି ଶାଢ଼ୀ ଓ ୫୬ ଭୋଗ ! ମାଆ ମଝିଘରିଆଣୀଙ୍କ ନିଆରା ‘ଝିଅ ବିଦା’ ପରମ୍ପରା...

ପରେ ଧରମବନ୍ଧା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଯୁବକଙ୍କୁ ଧରମବନ୍ଧା ଥାନାରେ ଅଟକ ରଖି ଅଧିକ ପଚରା ଉଚରା ଜାରି ରଖିଛି । ଆତ୍ମହତ୍ୟାର କାରଣ କ‘ଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ । ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅଧିକ ଛାନଭିନ କରୁଛି । ମୃତ ଯୁବତୀଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଜଣାପଡିଛି ।

Watch Video: