ବଲାଙ୍ଗିର ୯।୮: ବଲାଙ୍ଗିର ପୁଇଁନ୍ତଳା ଥାନା ଅନ୍ତର୍ଗତ ଖମାରମୁଣ୍ଡା ଗାଁରେ ଯୁବତୀଙ୍କୁ ବୀଭତ୍ସ ହତ୍ୟା । ଘରେ ଏକା ଥିବା ବେଳେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ । ତାଙ୍କ ମୁଣ୍ଡରେ ମରଣାସ୍ତ୍ର କିମ୍ବା ପଥରରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ।

ଯୁବତୀ ଜଣଙ୍କ ବଲାଙ୍ଗିର ସହରରେ ରହୁଥିବା ବେଳେ ଶନିବାର ଘରକୁ ଆସିଥିଲେ । ଘରୁ ଯିବା ପରେ ତାଙ୍କ ଫୋନ ଅଫ୍ ଥିଲା । ଏନେଇ ପରିବାର ଲୋକ ଶୋଇଥିବା ନେଇ ସନ୍ଦେହ କରି ଚୁପ ରହିଥିଲେ । ମୃତ ଯୁବତୀଙ୍କ ଝିଆରୀ ଘରକୁ ଆସି ଦେଖିବା ବେଳକୁ ତାଙ୍କ ମୃତଦେହ ଦେଖିଥିଲେ । ଏନେଇ ପରିବାର ଲୋକଙ୍କୁ ଖବର ଦେବା ସହ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଇଁନ୍ତଳା ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମୃତ ଗୀତାଙ୍କ ନାମରେ ବହୁ ଜମି ଥିବାବେଳେ ବଲାଙ୍ଗିର ସହରରେ ଜମି ବିକ୍ରି କରିବା ଭଳି କାମ ମଧ୍ୟ କରୁଥିଲେ । ତା ସହ ବିଭିନ୍ନ ଲୋକଙ୍କୁ ସୁଧରେ ଟଙ୍କା ଦେଉଥିଲେ । ଏନେଇ କାହା ସହ କିଛି ଶତ୍ରୁତା ଥିଲା କି ଯାହାପାଇଁ ଏଭଳି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏନେଇ ପରିବାର ଲୋକ ହତ୍ୟା ଅଭିଯୋଗ ଆଣି ହତ୍ୟାକାରୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।