ମାଲକାନଗିରି ୧୯।୦୫ : ପେଟ୍ରୋଲ ପାଇଁ ଚାଲିଗଲା ଜୀବନ । ମେଡିକାଲ ଯାଉଥିଲେ ଯୁବକ । ଅଧାରାସ୍ତାରେ ସରିଗଲା ପେଟ୍ରୋଲ । ଆଉ ତାପରେ କଣ ହେଲା ଆସନ୍ତୁ ପଢିବ ।

ଖବର ଅନୁଯାୟୀ, ଆମେରିକା-ଇରାନ ଯୁଦ୍ଧା ଲାଗି ମାଲକାନଗିରିରେ ପେଟ୍ରୋଲ ଏବଂ ଡିଜେଲ୍ର ଘୋର ସଙ୍କଟ ଦେଖାଦେଇଛି । ସାରା ବିଶ୍ୱରେ ପେଟ୍ରୋଲ-ଡିଜେଲର ସଙ୍କଟ ତ ଲାଗିରହିଛି । ହେଲେ ମାଲକାନଗିରିର ସମସ୍ୟା ଟିକିଏ ଅଧିକ ଥିଲା । ଏସବୁ ଭିତିରେ ଏକ ଖବର ଆସିଛି । ମାଲକାନଗିରି ଜିଲ୍ଲା କୁସୁମପୁଟ ଗାଁରେ ବସନ୍ତ ଖିଲ । ବସନ୍ତ ଆମ୍ବ ତୋଳିବା ପାଇଁ ଗଛ ଉପରେ ଚଢିଥିଲେ । ହେଲେ ହଠାତ୍ ସେ ଗଛରୁ ଖସି ପଡିଥିଲେ । ପଡ଼ିଯିବା ପରେ ପରିବାର ଲୋକ ତୁରନ୍ତ କାଙ୍କୁ ବାଇକ ଯୋଗେ ମାଥିଲି ଚିକିତ୍ସାଳୟକୁ ଆଣୁଥିଲେ । ହେଲେ ଅଧାରାସ୍ତାରେ ବାଇକରୁ ସରିଯାଇଥିଲା ତେଲ ।

Also Read:-Oil Crisis : ଟ୍ରକ ମାଲିକ ମହାସଂଘର ଚେତାବନୀ, ଆଉ ଚଳିବନି ସରକାରଙ୍କ ମନମାନି, ଠପ୍ କରିଦେବୁ ପରିବହନ

ତେବେ ବାଇକରୁ ତେଲ ସରିବା ପରେ ସେହି ଅଞ୍ଚଳରେ ପେଟ୍ରୋଲ ମିଳିନଥିଲା । ଯାହାପରେ ପରିବାର ଲୋକେ ତୁରନ୍ତ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । କିଛି ସମୟ ପରେ ଆମ୍ବୁଲାନ୍ସ ବସନ୍ତକୁ ଆଣି ମାଥିଲି ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ମାଥିଲି ଚିକିତ୍ସାଳୟ ତୁରନ୍ତ ବସନ୍ତଙ୍କୁ ମାଲକାନଗିରି ଜିଲ୍ଲା ଚିକିତ୍ସାଳୟକୁ ରେଫ୍ର କରିଥିଲେ । ହେଲେ ସେତେବେଳକୁ ହୋଇସାରିଥିଲା ବହୁ ବିଳମ୍ବ । ମେଡିକାଲରେ ବସନ୍ତଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।