ଭୁବନେଶ୍ୱର ୧୮।୦୫ : ଇନ୍ଧନ ସଙ୍କଟ ସାଙ୍ଗକୁ ଡିଜେଲ ଦର ବୃଦ୍ଧି ନିହାତି ଭାବେ ‘ବୋଝ ଉପରେ ନଳିତା ବିଡ଼ା’ ସଦୃଶ। ଯାତ୍ରୀବାହୀ ବସର ଭଡ଼ା ବଢ଼ାଇଦେଲେ ସରକାର। ହେଲେ, ଟ୍ରକରେ ମାଲ ପରିବହନ କଥା ଭୁଲିଗଲେ। ଢ଼େର୍ କ୍ଷତି ସହିଲୁ। ଆଉ ସରକାରଙ୍କ ମନମାନି ଚଳିବନି। ଏଣିକି ରାଜ୍ୟସାରା ଟ୍ରକ ପରିବହନ ଠପ୍ କରିଦେବୁ । ଓଡ଼ିଶା ରାଜ୍ୟ ଟ୍ରକ ମାଲିକ ମହାସଂଘ ଆଜି ସରକାରଙ୍କୁ ଏଭଳି ଧମକ ଦେଇଛି।

Also Read:-Sudden Death : ଆମ୍ବ ତୋଳି ବିଲରେ ବସିଥିଲେ, ହଠାତ୍ ଟଳିପଡ଼ିଲେ, ତାପରେ...

ମହାସଂଘ ସାଧାରଣ ସମ୍ପାଦକ ପ୍ରଣବ କୁମାର ପରିଜା କହିଛନ୍ତି, ୨୦୦୮ରୁ ଟ୍ରକ ପରିବହନ ଭଡ଼ା ବଢ଼ି ନାହିଁ । ହାଇକୋର୍ଟଙ୍କ ନିର୍ଦ୍ଦେଶନାମାକୁ ବି ଖାତିର୍ କରୁନାହାନ୍ତି ସରକାର । ୨୦୨୧ରେ ଖଣିଜ ଦ୍ରବ୍ୟ ପରିବହନ ଦର ବଢ଼ା ବଢ଼ାଇଦେଲେ । ହେଲେ ଅନ୍ୟ ଟ୍ରକର ସର୍ବନିମ୍ନ ଭଡ଼ା ନିର୍ଦ୍ଧାରଣ କରିପାରିବେ । ସେହିପରି ମହାସଂଘ ଉପସଭାପତି (ପୂର୍ବାଞ୍ଚଳ) ବିରଞ୍ଚି ନାରାୟଣ ପରିଡ଼ା କହିଛନ୍ତି ଯେ, ଗୋଟିଏ ପଟେ ଡିଜେଲ ଦର ବଢୁଛି। ଇନ୍ଧନ ସଙ୍କଟ ଯୋଗୁ ହଜାର ହଜାର ଟ୍ରକ ରାସ୍ତା କଡ଼ରେ ଅଟକି ରହିଛି। ଏଭଳି ସଙ୍କଟାପନ୍ନ ସ୍ଥିତିରେ ଯଦି ସରକାର ଦରବୃଦ୍ଧି ବୃଦ୍ଧି ଉପରେ ନିୟନ୍ତ୍ରଣ ନ ଆଣନ୍ତି। ଡିଜେଲ ସଙ୍କଟର ସମାଧାନ ନକରନ୍ତି। ମହାସଂଘ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରିବ।