Indian Ship Attacked In Hormuz Strait: ହର୍ମୁଜ ପ୍ରଣାଳୀରେ ଭାରତୀୟ ଜାହାଜ ଉପରେ ହୋଇଥିବା ଆକ୍ରଣର ଅଡିଓ କଲ୍ ରିକର୍ଡିଂ ସାମ୍ନାକୁ ଆସିଛି। ଏଥିରେ ଜାହାଜ ଚଲାଉଥିବା କ୍ୟାପ୍ଟେନ୍ ପ୍ୟାନିକ କଲ୍ କରୁଥିବାର ଶୁଣିବାକୁ ମିଳୁଛି। ସନମାନର ହେରାଲ୍ଡ ମୋଟର ଟ୍ୟାଙ୍କର କ୍ୟାପ୍ଟେନ୍ ଇରାନ ନୌସେନାକୁ କଲ୍ କରି କହୁଛନ୍ତି “ସେପାହ ନେଭୀ! ସେପାହ ନେଭୀ।! ଏହା ଏକ ମୋଟର ଟ୍ୟାଙ୍କର ସନମାର ହେରାଲ୍ଡ! ଯିବା ପାଇଁ ମୋତେ ଆପଣ କ୍ଲିୟରାନ୍ସ ଦେଲେ, ଆପଣଙ୍କ ତାଲିକାରେ ମୋ ନାଁ ଦ୍ୱିତୀୟରେ ଅଛି। ତୁମେ ମୋତେ ଯିବାକୁ କ୍ଲିୟରାନ୍ସ ଦେଲ! ବର୍ତ୍ତମାନ ତୁମେ ଫାୟରିଂ କରୁଛ। ମୋତେ ପଛକୁ ଫେରିବାକୁ ଦିଅ।”
ଭାରତୀୟ ପତାକା ଥିବା ଦୁଇ ଟ୍ୟାଙ୍କରକୁ ଇରାନର ଆକ୍ରମଣ

ଗତକାଲି (ଶନିବାର) ଦୁଇଟି ଭାରତୀୟ ପତାକାଧାରୀ ବାଣିଜ୍ୟ ଜାହାଜ ଉପରେ ଇରାନ ତଟରକ୍ଷୀ ବାହିନୀ ଗୁଳିମାଡ଼ କରିଥିଲେ। ଏଥିରେ ଏକ ସୁପରଟ୍ୟାଙ୍କର୍ ମଧ୍ୟ ଥିଲା। ଏହାର ଗୋଟିଏ ଦିନ ପରେ ଏହି ଅଡିଓ ସାମ୍ନାକୁ ଆସିଛି। ଗତକାଲି ଭାରତୀୟ ଜାହାଜ ଉପରେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ର କର୍ମଚାରୀମାନେ ଗୁଳି ଚଳାଇବା ପରେ ଜାହାଜଗୁଡ଼ିକ ଦିଗ ପରିବର୍ତ୍ତନ କରି ପଛକୁ ଫେରିଯାଇଥିଲେ।

ଭାରତୀୟ ଅଧିକାରୀମାନେ କହିଛନ୍ତି ଯେ ଘଟଣା ସମୟରେ ସୁପରଟ୍ୟାଙ୍କର୍ ପ୍ରାୟ ୨ ମିଲିଅନ ବ୍ୟାରେଲ୍ ଇରାକୀ ତେଲ ନେଇ ଯାଉଥିଲା। ଅଡିଓ ଇଣ୍ଟରସେପ୍ଟରୁ ଜଣାପଡୁଛି ଯେ IRGC ଏହି ଗୁଳିମାଡ଼ କରିଥିଲେ। ୟୁନାଇଟେଡ୍ କିଙ୍ଗଡମ୍ ମେରିଟାଇମ୍ ଟ୍ରେଡ୍ ଅପରେସନ୍ସ (UKMTO) ମଧ୍ୟ ନିଶ୍ଚିତ କରିଛି ଯେ ଦୁଇଟି IRGC ଗନବୋଟ୍ ଷ୍ଟ୍ରେଟ୍‌ରେ ଏକ ଟ୍ୟାଙ୍କର୍ ଉପରେ ଗୁଳି ଚଳାଇଥିଲା। ରିପୋର୍ଟ ଅନୁସାରେ, କ୍ୱେଶ୍ମ ଏବଂ ଲାରାକ୍ ଦ୍ୱୀପପୁଞ୍ଜ ମଧ୍ୟରେ ଗୁଳି ଏହି ଗୁଳିମାଡ଼ ହୋଇଥିଲା। ଫଳରେ ଜାହାଜଗୁଡ଼ିକ ପରିବହନ ବନ୍ଦ କରିଦେଇଥିଲେ। ଘଟଣା ସମୟରେ ଏକ କଣ୍ଟେନର ଜାହାଜ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ସାମୁଦ୍ରିକ ସୁରକ୍ଷା ସୂତ୍ରରୁ ଜଣାପଡ଼ିଛି।

Also Read- ଟ୍ରମ୍ପଙ୍କ ନିଦ ହଜାଇଲାଣି ଇରାନର 'ମଶା', ହର୍ମୁଜ୍ ପ୍ରଣାଳୀରେ ଭୟରେ ଥରୁଛନ୍ତି ଆମେରିକୀୟ ନୌସେନା, ଜାଣନ୍ତୁ କ'ଣ ଏହି ଅସ୍ତ୍ର...

​​ଇରାନ ରାଷ୍ଟ୍ରଦୂତଙ୍କୁ ଭାରତର ସମନ

ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଭାରତ ସରକାର ନୂଆ ଦିଲ୍ଲୀରେ ଥିବା ଇରାନୀ ରାଷ୍ଟ୍ରଦୂତଙ୍କୁ ସମନ କରିଥିଲେ। ଇରାନୀ ରାଷ୍ଟ୍ରଦୂତ ଡ. ଅବଦୁଲ ମଜିଦ ହକୀମ ଇଲ୍ଲାହୀ ଘଟଣାକୁ ନେଇ ଗୁରୁତର ସହ ନେଇ ନଥିଲେ। ଏଏନ୍‌ଆଇରେ ସେ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି  “ଭାରତ ଓ ଇରାନର ସମ୍ପର୍କ ଖୁବ୍ ମଜଭୁତ। ଆପଣ ଯେଉଁ ଘଟଣା ବିଷୟରେ କହୁଛନ୍ତି, ସେ ବିଷୟରେ ମୁଁ କିଛି ଜାଣି ନାହିଁ। ମୁଁ ଆଶା କରୁଛି ଯେ ସବୁକିଛି ଠିକ୍ ହେଇଯିବ ଓ ସମାଧାନ ହୋଇଯିବ।”