ଆନନ୍ଦପୁର ୦୮/୦୧: ଯାତ୍ରା କଳାକାର କାହ୍ନୁ ଚରଣ ସ୍ବାଇଁଙ୍କ ମୃତଦେହ ଉଦ୍ଧାର । ଆନନ୍ଦପୁର-ଭଦ୍ରକ ରାସ୍ତାର ବେତିରା ଛକ ନିକଟରୁ ଉଦ୍ଧାର କରିଛି ନନ୍ଦିପଦା ପୋଲିସ୍ । କାହ୍ନୁ ଚରଣ ଙ୍କ ଘର ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍ ବଡରମ୍ପାସ ଗାଁରେ । ତୁଳସୀ, ପାର୍ବତୀ, ମଧୁବାସନ୍ତୀ ଓ ଅଷ୍ଟଶମ୍ଭୁ ଭଳି ଯାତ୍ରା ପାଟିରେ ଦୀର୍ଘ ୩୦ ବର୍ଷଧରି କାମକରି ଆସୁଥିଲେ କାହ୍ନୁ ।

ଗୁରୁବାର ରାତିରେ ସେ ଆବୁଲପୁରା ଗାଁର କିଛି ଲୋକଙ୍କ ସହ ଯାତ୍ରା ପରିବେଷଣ ପାଇଁ ଏକ ଯାତ୍ରାପାଟି ସହ କଥାବାର୍ତ୍ତା ହେବାକୁ ଭଦ୍ରକ ଜିଲ୍ଲା ରାନ୍ଧିଆ କୁ ଯାଇଥିଲେ । ରାତି ୩ଟା ସମୟରେ ସମୟରେ କ୍ଷତାକ୍ତ ଅବସ୍ତାରେ ତାଙ୍କର ମୃତଦେହ ରାସ୍ତାକଡରେ ପଡିଥିବାଦେଖି ପାଇଥିଲା ପୋଲିସ୍ । ହେଲେ ଘଟଣା ସ୍ଥଳରେ ସାଙ୍ଗରେ ସାଙ୍ଗରେ ଯାଇଥିବା କେହି ଲୋକ ନଥିବାରୁ କାହ୍ନୁଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ କାରଣରୁ ଘଟିଛି ନା ଏହାରି ଭିତରେ ଅନ୍ୟ କଣ କାରଣ ରହିଛି ତାକୁ ନେଇ ସନ୍ଦେହ କରିଛନ୍ତି ଗ୍ରାମବାସୀ । କାହ୍ନୁଙ୍କ ମୃତ୍ୟୁର ଉପଯୁକ୍ତ କାରଣ ଖୋଜି ବାହାର କରିବାକୁ ଦାବି ହୋଇଛି ।