ମୁମ୍ଵାଇ ୨୫।୦୩; ଆଜି ବଲିଉଡରେ ସମସ୍ତଙ୍କ ମୁହଁରେ ଏବେ କେବଳ ଗୋଟିଏ ନାମ । ତାହା ହେଉଛି ଆଦିତ୍ୟ ଧର। ଧୁରନ୍ଧର ଏବଂ ଧୁରନ୍ଧର-୨ - ଚଳଚ୍ଚିତ୍ରର ସଫଳତା ବଲିଉଡରରେ ଆଦିତ୍ୟଙ୍କୁ ଧୁରନ୍ଧର ପ୍ରତିଷ୍ଠିତ କରିଛି। ଉଚ୍ଚସ୍ତରୀୟ ଅଭିନେତାଙ୍କ ଠାରୁ ଆରମ୍ଭ କରି ନିର୍ଦ୍ଦେଶକ ପର୍ଯ୍ୟନ୍ତ, ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି। ବାହୁବଳୀର ନିର୍ଦ୍ଦେଶକ ଏସ.ଏସ. ରାଜମୌଲି ମଧ୍ୟ ଆଦିତ୍ୟଙ୍କ ନିର୍ଦ୍ଦେଶନା ଦକ୍ଷତାକୁ ପ୍ରଶଂସା କରିଥିଲେ।

ଆଦିତ୍ୟ ଏବଂ ତାଙ୍କ ପତ୍ନୀ ୟାମି ଗୌତମ ସେମାନଙ୍କର ସିମ୍ପଲିସିଟି ଏବଂ ଲୋ-ପ୍ରୋଫାଇଲ୍ ଲାଇଫଷ୍ଟାଇଲ ପାଇଁ ଜଣାଶୁଣା। ସେମାନଙ୍କ ବିବାହ ସମୟରେ ମଧ୍ୟ, ଏହି ଦମ୍ପତି ଅତ୍ୟନ୍ତ ସରଳ ପୋଷାକରେ ନଜର ଆସିଥିଲେ। କୌଣସି ପ୍ରକାରର ଆଡ଼ମ୍ବର ନଥିଲା ସରଳତା ହିଁ ସେମାନଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥିଲେ। ୟାମି ଗୌତମ ଥରେ ବଲିଉଡର ଜଣେ ସେଲିବ୍ରିଟି ଡିଜାଇନରଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଥିଲେ।

ଲେହେଙ୍ଗା ଦେବାକୁ ମନା କରିଥିଲେ ଡିଜାଇନର୍

ୟାମି ଗୌତମ କହିଥିଲେ ଯେ, ଥରେ ଶିଳ୍ପର ଜଣେ ପ୍ରମୁଖ ଡିଜାଇନର୍ ମନୀଷ ମଲହୋତ୍ରା ତାଙ୍କୁ ଲେହେଙ୍ଗା ଦେବାକୁ ମନା କରିଥିଲେ। ୟାମି ବର୍ଣ୍ଣନା କରିଛନ୍ତି ଯେ ଡିଜାଇନର ତାଙ୍କୁ କହିଥିଲେ ଖାସ ଲେହେଙ୍ଗା ତାଙ୍କ ପାଇଁ ନୁହେଁ। କାହିଁକି ନା ସେ ଏତେ ବଡ଼ ଅଭିନେତ୍ରୀ ନୁହଁନ୍ତି ଯେ ତାଙ୍କ ଡିଜାଇନ୍ ପୋଷାକ ପ୍ରସ୍ତୁତ ହେବ, ନାହିଁ ସେ ପିନ୍ଧିପାରିବେ। ସେ ଆହୁରି କହିଛନ୍ତି ଯେ ଶିଳ୍ପରେ କିଛି "ବଡ଼ ଡିଜାଇନର୍" ଅଛନ୍ତି ଯେଉଁମାନେ ତାଙ୍କ କପଡା ସମସ୍ତଙ୍କୁ ଦିଅନ୍ତି ନାହିଁ। କାରଣ ଆପଣ "ବିଶେଷ ସେଲିବ୍ରିଟି" ନୁହନ୍ତି। ସେ ଦେଖିଥିଲେ ଯେ ସମଗ୍ର ସିଷ୍ଟମ ଏହି ପ୍ରକାରେ କାର୍ଯ୍ୟ କରେ। ୟାମି ସ୍ୱୀକାର କରିଛନ୍ତି ଯେତେବେଳେ ତାଙ୍କୁ ଏସବୁ ବିଷୟରେ କୁହାଯାଇଥିଲା ତାଙ୍କୁ ବହୁତ ଖରାପ ଲାଗିଥିଲା। ତାଙ୍କ ମନ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲା।

ବିବାହରେ ପିନ୍ଧିଥିଲେ ମାଆଙ୍କ ଶାଢ଼ି

ୟାମି ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେଇଥିଲେ ଯାହା ପାଇଁ ତାଙ୍କୁ ଖୁବ୍ ପ୍ରଶଂସା କରାଯାଇଥିଲା। ତାଙ୍କ ବିବାହ ପାଇଁ ପ୍ରସିଦ୍ଧ ଡିଜାଇନରଙ୍କ ଦ୍ୱାରା ଲେହେଙ୍ଗା ପିନ୍ଧିବା ପରିବର୍ତ୍ତେ, ଅଭିନେତ୍ରୀ ତାଙ୍କ ମାଆଙ୍କ ବିବାହ ଶାଢ଼ି ପିନ୍ଧିବାକୁ ବାଛିଥିଲେ। ଯାହା ତାଙ୍କ ଜେଜେମା ମୂଳତଃ ତାଙ୍କ ମାଆଙ୍କୁ ଉପହାର ଦେଇଥିଲେ। ଏହି ନିଷ୍ପତ୍ତିରେ ଆଦିତ୍ୟ ତାଙ୍କୁ ପୂର୍ଣ୍ଣ ସମର୍ଥନ କରିଥିଲେ। ବିବାହ ପାଇଁ, ୟାମି ତାଙ୍କ ମାଆଙ୍କ ଶାଢ଼ି ପିନ୍ଧିଥିଲେ ଏବଂ ନିଜର ମେକଅପ୍ ନିଜେ କରିଥିଲେ। ଆଦିତ୍ୟ ମଧ୍ୟ ଜଣେ ପାରମ୍ପରିକ କାଶ୍ମୀର ପଣ୍ଡିତ ବର ଭାବରେ ନଜର ଆସିଥିଲେ। ସେମାନଙ୍କ ବିବାହ କୌଣସି ଗ୍ରାଣ୍ଡ ନଥିଲା କିନ୍ତୁ ବହୁତ ସୁନ୍ଦର ଥିଲା । ଏଥିରେ କୌଣସି ପ୍ରମୁଖ ବଲିଉଡ୍ ସେଲିବ୍ରିଟି ଉପସ୍ଥିତ ନଥିଲେ।

Also Read- Dhurandhar 2 Location: ଏ ହେଉଛି ୟାଲିନାଙ୍କ ଆଲିଶାନ ବଙ୍ଗଳା, ଯେଉଁଠାରେ ଖୋଲିଥିଲା ରଣବୀରଙ୍କର ବଡ ବଡ ରହସ୍ୟ