ନୂଆଦିଲ୍ଲୀ ୧୩/୦୫: ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା କିଛି ନୂଆ ନୁହେଁ ।ପ୍ରାୟ ପରିବାରରେ ଦଂପତ୍ତିଙ୍କ ମଧ୍ୟରେ ଖିଟ୍‌ପିଟ୍‌ ଲାଗେ ।  ଅନେକ ଥର ସମାଧାନ ହୋଇଯାଏ ତ ଆଉ କେତେବେଳେ ମାମଲା କୋର୍ଟରେ ପହଞ୍ଚିଯାଏ । ଆଉ ଡିଭୋର୍ସରେ ଶେଷ ହୁଏ । ଲଣ୍ଡନର ଜଣେ ମହିଳାଙ୍କ ସହ ବି ଏମିତି ହେଲା । ସ୍ବାମୀଙ୍କ ସହ ମନୋମାଳିନ୍ୟ ହେବାରୁ ସେ ଛାଡପତ୍ର ଦେଇଥିଲେ ।କିଛି ଦିନ ଏକୁଟିଆ ରହିବା ପରେ ଅନ୍ୟଜଣଙ୍କୁ ବିବାହ କରି ନୂଆ ଜୀବନ ଆରମ୍ଭ କଲେ ସେ । ଏଇଟା ତ ସାଧାରଣ କଥା ।ଏବେ ଅନେକ ପୁରୁଷ ମହିଳା ଦ୍ବିତୀୟ ବିବାହ କରୁଛନ୍ତି । ଆପଣ ଭାବୁଥିବେ ଆମେ ଏ ମହିଳାଙ୍କ ଦ୍ବିତୀୟ ବିବାହର କଥା କଣ ପାଇଁ କହୁଛୁ । କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଉ କହିବେ ସତରେ କଣ ଏମିତି ସମ୍ଭବ । ମହିଳାଙ୍କ ନୂଆ ସ୍ବାମୀ କୌଣସି ପୁରୁଷ ନୁହେଁ ବରଂ ତାଙ୍କ ପାଳିତ କୁକୁର । ବିଶ୍ବାସ ନହେଲେ ବି ଏକଥାଟି ସତ । ଅଜବ ଦୁନିଆର ଏ ଗଜବ କାହାଣୀ ଆସିଛି ଲଣ୍ଡନରୁ । ଏ ଷ୍ଟୋରୀ ଏବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି ।  

ଲଣ୍ଡନର ମୂଳ ବାସିନ୍ଦା ଏବଂ ଏବେ କ୍ରୋଏସିଆରେ ରହୁଥିବା ମହିଳା ଆମାଣ୍ଡା ରୋଜର୍ସ । ୪୭ ବର୍ଷ ବୟସରେ ତାଙ୍କର ଏକ ଅଜବ କାମ  ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅଣପାରମ୍ପରିକ ସମାରୋହରେ ପାଳିତ କୁକୁର ଶେବାକୁ ଜୀବନସାଥୀ କରିଛନ୍ତି । ଆଉ ସେ ଦାବି କରିଛନ୍ତି ପୂର୍ବ ବିବାହ ଅପେକ୍ଷା ଏବେ ସେ ବେଶୀ ଖୁସି ଅଛନ୍ତି । ସେ କହିଛନ୍ତି କୁକୁର ମୋର ପ୍ରକୃତ ପ୍ରେମ । ମୋର ଏ ନୂଆ ଜୀବନ ମୋତେ ଅଧିକ ଆନନ୍ଦିତ କରୁଛି । ତେବେ ଆମାଣ୍ଡା ଓ ଶେବାଙ୍କ ବିବାହ ୨୦୧୪ରେ ହୋଇଥିଲା । ଯାହାର ଡିଟେଲ ଏବେ ଇଣ୍ଟରଭ୍ୟୁରେ ଖୁଲାସା କରିଥିଲେ ଆମାଣ୍ଡା । ଆଉ ଖବର ଜଣା ପଡୁ ପଡୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ନିଆରା ବାହାଘରରେ ୨୦୦ ଅତିଥି

ଆମାଣ୍ଡା ତାଙ୍କ ଦ୍ବିତୀୟ ବିବାହକୁ ସିକ୍ରେଟ ରଖିନଥିଲେ । ବରଂ ସମସ୍ତଙ୍କୁ ଜଣାଇ ବଡ ଧୁମ୍‌ଧାମ୍‌ରେ ଆୟୋଜନ କରିଥିଲେ । ବିବାହ ଉତ୍ସବରେ ପ୍ରାୟ ୨ଶହ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସାଜସଜ୍ଜା ବି ଆଖି ଝଲସିବା ପରି ଥିଲା । ଅତିଥିମାନଙ୍କୁ ବିଭିନ୍ନ ପ୍ରକାର ସୁସ୍ବାଦୁ ବ୍ୟଞ୍ଜନ ପରସା ଯାଇଥିଲା ।

ଆମାଣ୍ଡା-ଶେବାଙ୍କ ଅନାବିଳ ସଂପର୍କ

ଶେବା ଯେତେବେଳେ ମାତ୍ର ୨ ମାସର ହୋଇଥିଲା ସେତେବେଳେ ଆମାଣ୍ଡା ତାକୁ ଘରକୁ ଆଣିଥିଲେ । ଆଉ ସେବେଠାରୁ ସେ ଆମାଣ୍ଡାଙ୍କ ମନ କିଣିନେଇଥିଲା । ସେ ଅଧିକ ସମୟ ଶେବା ସହ ବିତାଉଥିଲେ । ତାର ଯତ୍ନ ନେବାକୁ ଆମାଣ୍ଡାଙ୍କୁ ଭଲ ଲାଗୁଥିଲା । ଉଭୟଙ୍କ ମଧ୍ୟରେ ଏକ ଅନାବିଳ ସଂପର୍କ ଗଢିଉଠିଥିଲା । ଶେବା ପ୍ରତି ଆମାଣ୍ଡାଙ୍କ ପ୍ରେମ ବଢୁଥିଲା । କିନ୍ତୁ ଦୁଃଖର କଥା ଆମାଣ୍ଡା ସ୍ବାମୀଙ୍କ ସହ ଖୁସି ନଥିଲେ । ସବୁବେଳେ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା । ଆଉ ଶେଷରେ ସେ ନିଷ୍ପତ୍ତି ନେଲେ ସ୍ବାମୀଙ୍କୁ ଛାଡପତ୍ର ଦେବେ । ଆଉ ସେୟା ବି ହେଲା । ସ୍ବାମୀ-ସ୍ତ୍ରୀ ପରସ୍ପର ଠାରୁ ଅଲଗା ହୋଇଗଲେ । ଏବେ ପୁରା ଏକୁଟିଆ ହୋଇଯାଇଥିବା ଆମାଣ୍ଡାଙ୍କ ଏକମାତ୍ର ସାଥୀ ଥିଲା ଶେବା । କୁକୁର ମଣିଷର ସଂପର୍କ ଶେଷରେ ବିବାହର ରୂପ ନେଲା

ସ୍ବାମୀଙ୍କୁ ନେଇ କଣ କହିଲେ ?

ଶେବାକୁ ବିବାହ ପରେ ଆମାଣ୍ଡା କହିଛନ୍ତି ସ୍ବାମୀଙ୍କ ସହ ସେ କେବେ ଖୁସି ନଥିଲେ । ଶେବାକୁ ବିବାହ ପରେ ସେ ବହୁତ ଖୁସି ଅନୁଭବ କରୁଛନ୍ତି । ସେ ଶେବା ଠାରୁ ଯେଉଁ ପ୍ରେମ ଓ ଭଲପାଇବା ପାଉଛନ୍ତି ସ୍ବାମୀଙ୍କ ଠାରୁ କେବେ ପାଇନଥିଲେ । ଶେବା ସବୁବେଳେ ମୋର ମନୋରଞ୍ଜନ କରୁଛି । ଶେବା ଆଖିରେ ମୁଁ ପ୍ରକୃତ ପ୍ରେମ ଦେଖିଛି । ଶେବା ବିନା ମୁଁ ଗୋଟିଏ ମୁହୂର୍ତ୍ତ ବି ବଂଚିବା କଥା ଚିନ୍ତା କରୁନି । ମୋତେ ଲାଗୁଛି ପୂର୍ବ ଜନ୍ମରେ ମୋର ଶେବା ସହ କିଛି ଖାସ୍‌ ସଂପର୍କ ଥିଲା । ଏହି ବିବାହରେ ମୁଁ ବହୁତ ଖୁସି ।

ସୋସିଆଲ ମିଡିଆରେ ଭାଇରାଲ

୨୦୧୪ର ଆମାଣ୍ଡାଙ୍କ ଷ୍ଟୋରୀ ଏବେ ୨୦୨୬ରେ ସୋସିଆଲ ମିଡିଆରେ ବୁଲୁଛି । ଭାଇରାଲ ହେଉ ହେଉ ସମସ୍ତଙ୍କ ମୁହଁରେ ସେ ଖବର ଶୁଣିବାକୁ ମିଳୁଛି । କିଛି ୟୁଜର ମହିଳାଙ୍କ ନିଷ୍ପତ୍ତିକୁ ଥଟ୍ଟା ପରିହାସ କରିଛନ୍ତି । କହିଛନ୍ତି ବିବାହ ପାଇଁ କଣ ଆପଣଙ୍କ ପାଖରେ ବିକଳ୍ପ କୁକୁର ଥିଲା । ଆଉ କେତେଜେଣ ତାଙ୍କ ପସନ୍ଦକୁ ପ୍ରଶଂସା କରି କହିଛନ୍ତି କୁକୁରମାନେ ପ୍ରକୃତରେ ବିଶ୍ବସ୍ତ ସାଥୀ । ଆଉ ଜଣେ ୟୁଜର କହିଛନ୍ତି କୁକୁରମାନେ ପ୍ରକୃତରେ ବିଶ୍ବସ୍ତ ଓ ଆଶ୍ଚର୍ଯ୍ୟଜନକ ସାଥୀ ହୋଇପାରନ୍ତି । ମୁଁ ଆପଣଙ୍କ ନିଷ୍ପତିକୁ ସମ୍ମାନ କରେ ।   

Also Read:Vijay Thalapathy : ୫୧ ବର୍ଷରେ ବି ସୁପରଫିଟ୍ ବିଜୟ ଥାଲାପତି, ଜାଣନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଫିଟନେସର ରାଜ୍