ନୂଆଦିଲ୍ଲୀ ୧୩।୦୫; ଆପଣ ଏମିତି ଅନେକ ଫିଲ୍ମଷ୍ଟାରଙ୍କୁ ଦେଖିଥିବେ ଯେଉଁମାନଙ୍କର ବୟସ ୬୦ ହୋଇଥିବ କିନ୍ତୁ ସେମାନେ ଦେଖାଯାଉଥିବେ ୩୦ ବର୍ଷର ଭଳି । ପୂରାପୂରି ଲାଗୁଥିବେ ଏଭରଗ୍ରୀନ । ଠିକ୍ ଯେମିତି ବିଜୟ ଥାଲାପତିଙ୍କୁ ଦେଖିଲେ ଲାଗୁଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଥାଲାପତି ବିଜୟ । ଏହି ଅବସରରେ ତାଙ୍କ ପୂରା ପରିବାର ଏବଂ ରୁମର୍ଡ ଗଲଲଫ୍ରେଣ୍ଡ ତ୍ରିଶା କ୍ରିଷ୍ଣନ୍ ମଧ୍ୟ ନଜର ଆସିଥିଲେ । ଶପଥ ପାଠ କଲାବେଳେ ବିଜୟ ହ୍ୟାଣ୍ଡସମ ହଙ୍କ ପରି ଦେଖାଯାଉଥିଲେ । ରାଜନୀତି ହେଉ ବା ରୂପେଲି ପରଦା, ଥାଲାପତି ବିଜୟଙ୍କ ଉପସ୍ଥିତି ସବୁବେଳେ ପାୱାରଫୁଲ୍ ମୁଡ୍ରେ ଥାଏ । ପ୍ରଶଂସକମାନେ କେବଳ ତାଙ୍କ ବୃତ୍ତିଗତ ଜୀବନ ବିଷୟରେ ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ଫିଟନେସ୍ ରୁଟିନ୍ ବିଷୟରେ ମଧ୍ୟ ଜାଣିବାକୁ ଆଗ୍ରହୀ। ଷ୍ଟ୍ରେସଫ୍ରି ସୁଟିଂ ସମୟ ସେଡ୍ୟୁଲ, ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ବୟସ ବୃଦ୍ଧି ସତ୍ତ୍ୱେ, ବିଜୟଙ୍କ ଶାରୀରିକ ଫିଟନେସ୍ ପ୍ରକୃତରେ ଉଲ୍ଲେଖନୀୟ ରହିଛି। ତାଙ୍କ ଟ୍ରେନର ନରେଶ କୁମାରଙ୍କ ଅନୁଯାୟୀ, ବିଜୟଙ୍କ ଫିଟନେସ୍ର ସବୁଠାରୁ ବଡ଼ ସୂତ୍ର ହେଉଛି ଘରୋଇ ଖାଦ୍ୟ ।

ଥାଲାପତିଙ୍କ ଲାଇଫଷ୍ଟାଇଲର ଆରମ୍ଭ କିଛି ଏମିତି ହୁଏ । କାମର ଚାପ ଯେତେ ଥିଲେ ମଧ୍ୟ ସେ ସକାଳ ୫:୩୦ ରୁ ୬:୦୦ ଟା ଭିତରେ ଶଯ୍ୟା ତ୍ୟାଗ କରନ୍ତି । ଏହାପରେ ନିୟମିତ ବ୍ୟାୟାମ ଏବଂ ସକାଳ ପ୍ରାୟ ୯ଟା ସମୟରେ ଜଳଖିଆ ଖାଆନ୍ତି । ଯେଉଁଥିରେ ସାଧାରଣତଃ ୨ଟି ଇଡ୍ଲି ଏବଂ ଅଣ୍ଡା ସାମିଲ ଥାଏ । ଏହା ତାଙ୍କ ଶରୀରକୁ ଆବଶ୍ୟକୀୟ କାର୍ବୋହାଇଡ୍ରେଟ୍ ଏବଂ ପ୍ରୋଟିନ୍ ଦିଏ । ବିଜୟ ନିଜର ବ୍ୟସ୍ତବହୁଳ ଜୀବନ ଭିତରେ ବି ବାହାର ଖାଦ୍ୟ କିମ୍ବା ଜଙ୍କ ଫୁଡ୍ ଖାଇବାକୁ ସମ୍ପୂର୍ଣ୍ଣ ବାରଣ କରନ୍ତି । ସବୁବେଳେ ଘରୁ ନିଜ ପାଇଁ ଟିଫିନ୍ ନେଇଯାଆନ୍ତି । ଦିନ ୧ଟା ସମୟରେ ଲଞ୍ଚ କରନ୍ତି । ଯେଉଁଥିରେ ଭାତ, ଡାଲି ଏବଂ ପନିପରିବା ଭଳି ଏକ ସନ୍ତୁଳିତ ଆହାର ଥାଏ । ସନ୍ଧ୍ୟାରେ ହାଲୁକା ସ୍ନାକ୍ସ କିମ୍ବା ଜଳଖିଆ ଖାଇବାକୁ ସେ ପସନ୍ଦ କରନ୍ତି ।

ସୁସ୍ଥ ରହିବା ପାଇଁ ବିଜୟ ଏକ ଗୁରୁତ୍ୱପୂର୍ଣ୍ଣ ନିୟମ ମାନନ୍ତି । ତାହା ହେଉଛି ଶୀଘ୍ର ରାତି ଭୋଜନ। ସେ ସନ୍ଧ୍ୟା ୭ଟାରୁ ୭:୩୦ ମଧ୍ୟରେ ନିଜର ଡିନର୍ କରନ୍ତି। ରାତିରେ ସୀମିତ ପରିମାଣରେ ମାଛ କିମ୍ବା ଚିକେନ୍ ଖାଇବାକୁ ପସନ୍ଦ କରନ୍ତି । ହେଲେ ସେ ସବୁ ପ୍ରକାର ଖାଦ୍ୟ ଖାଇବାକୁ ଭଲ ପାଆନ୍ତି ଏବଂ ବେଳେବେଳେ ମଟନ ବିରିୟାନି ମଧ୍ୟ ଖାଆନ୍ତି କିନ୍ତୁ ଖାଦ୍ୟ ପରିମାଣ ପ୍ରତି ସଚେତନ ମଧ୍ୟ ରୁହନ୍ତି । ଟ୍ରେନରଙ୍କ ମତରେ, ବିଜୟ ପ୍ରତିଦିନ ଏକାପରି ଖାଦ୍ୟ ଖାଇବାକୁ ଭଲ ପାଆନ୍ତି । ଏହାଦ୍ୱାରା ଶରୀର ସେହି ଖାଦ୍ୟ ପ୍ରକ୍ରିୟାକୁ ସହଜରେ ଗ୍ରହଣ କରିନିଏ ଯାହା ତାଙ୍କୁ ମସଲ୍ ବିଲ୍ଡିଂ ଏବଂ ଚର୍ବି କମାଇବାରେ ସାହାଯ୍ୟ କରେ । ଥାଲାପତି ବିଜୟଙ୍କ ଏହି ଜୀବନଶୈଳୀ ପ୍ରମାଣ କରେ ଯେ ମହଙ୍ଗା ସପ୍ଲିମେଣ୍ଟ ଅପେକ୍ଷା ଘରୋଇ ଖାଦ୍ୟ ଏବଂ ସଠିକ୍ ସମୟରେ ଆହାର ହିଁ ପ୍ରକୃତ ଫିଟନେସର ରହସ୍ୟ ।

Also Read-Lizlaz on Virat Kohli: ଜର୍ମାନ ମଡେଲ୍‌ ଲିଜଲାଜ୍‌ଙ୍କ ବିସ୍ଫୋରକ ବୟାନ, କହିଲେ-ବିରାଟଙ୍କୁ ବଦନାମ କରିବାକୁ ଦିଆଯାଇଥିଲା ଟଙ୍କା