ନୟାଗଡ଼: ନୟାଗଡ଼ ସଦରଥାନା ଅଞ୍ଚଳରେ ମହିଳାଙ୍କୁ ଦୁର୍ଷ୍କମ ଉଦ୍ୟମ ଓ ମରଣାନ୍ତକ ଆକ୍ରମଣ ଘଟଣାରେ ଗୁରୁତର ମହିଳାଙ୍କ କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଅଭିଯୁକ୍ତ ଚନ୍ଦନ ଦଳେଇକୁ ପୋଲିସ ଗତ ୧୫ତାରିଖରେ ଗିରଫ କରି କୋର୍ଟଚାଲାଣ କରିଛି ।

ସୂଚନା ଅନୁଯାୟୀ, ଗତ ୧୪ତାରିଖରେ ସଦରଥାନା ଅଞ୍ଚଳର ଜଣେ ମହିଳା ଶୌଚ ପାଇଁ ସନ୍ଧ୍ୟା ସମୟରେ ଗାଁ ପୋଖରୀକୁ ଯାଉଥିବା ସମୟରେ ଜଣେ ଯୁବକ ତାଙ୍କୁ ଭିଡି ଆଣି ଦୁର୍ଷ୍କମ ପାଇଁ ଉଦ୍ୟମ କରିଥିଲେ । ମହିଳା ଏହାକୁ ବିରୋଧ କରିବାରୁ ଯୁବକ ଜଣଙ୍କ ତାଙ୍କୁ ଆକ୍ରମଣ କରିଥିଲେ । ମହିଳା ପାଟି କରିବାରୁ ସ୍ଥାନୀୟ ଲୋକ ଦୌଡ଼ି ଆସି ଯୁବକଙ୍କ କବଳରୁ ମହିଳାଙ୍କୁ ଉଦ୍ଧାର କରିବା ସହ ଯୁବକକୁ ଧରି ପୋଲିସ ଜିମା ଦେଇଥିଲେ । ଉଭୟ ପୀଡିତା ଏବଂ ନିଶାସକ୍ତ ଅଭିଯୁକ୍ତ ଯୁବକକୁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

Also Read: ହାଏରେ ଏ ପ୍ରେମ, କି ବାୟା କଲା... ୪୦ ବର୍ଷୀୟ ‘ଆଣ୍ଟି’ଙ୍କୁ ନେଇ ୨୦ ବର୍ଷର ଯୁବକ ଫେରାର

ମହିଳା ହାତ ସହିତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ନୟାଗଡ ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ପୀଡିତା ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅଭିଯୁକ୍ତ ଚନ୍ଦନ ଦଳେଇକୁ ପୋଲିସ ଗତ ୧୫ତାରିଖରେ ଗିରଫ କରି କୋର୍ଟଚାଲାଣ କରିଛି ।