ଭୁବନେଶ୍ୱର, ୧/୧୧ : ରାଜ୍ୟରେ ନଭେମ୍ବର ମାସରେ ଶୀତ ପ୍ରକୋପ କମ୍ ରହିପାରେ। ଏଭଳି ପୂର୍ବାନୁମାନ ଦେଖାଇଛି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)। ତେବେ ପଶ୍ଚିମ ଓଡ଼ିଶାରେ ଶୀତ ପ୍ରକୋପ ରହିପାରେ। ମାତ୍ର ଉପକୂଳ ଅଞ୍ଚଳରେ ରାତି ତାପମାତ୍ରା ପ୍ରାୟତଃ ସ୍ବାଭାବିକଠାରୁ ଅଧିକ ରହିପାରେ।

ଆଇଏମଡି ପକ୍ଷରୁ ନଭେମ୍ବର ମାସ ପାଇଁ ପାଣିପାଗ ପୂର୍ବାନୁମାନ ଜାରି କରାଯାଇଛି। ଏହି ପୂର୍ବାନୁମାନ ଅନୁସାରେ ଦେଶରେ ଦିନ ତାପମାତ୍ରା ମୁଖ୍ୟତଃ ସ୍ବାଭାବି ଭାବିକଠାରୁ ଅଧିକ ରହିବ ନଭେମ୍ବରରେ। ଓଡ଼ିଶାରେ ମଧ୍ୟ ଦିନ ତାପମାତ୍ରା ସ୍ବାଭାବିକ ତୁଳନାରେ ଅଧିକ ରହିପାରେ। ରାତି ତାପମାତ୍ରା ମଧ୍ୟ ଦେଶରେ ସ୍ବାଭାବିକଠାରୁ ଅଧିକ ରହିବ।

Also Read :- ପାଣିରେ ଭସାଇବ ଓ ପବନରେ ଉଡ଼ାଇବ 'ମୁରାସୁ' ! ସୋମବାରଠୁ ବଡ଼ ବର୍ଷା, ଏହି ସବୁ ଜିଲ୍ଲାବାସୀ ସାବଧାନ

ତେବେ ସମଗ୍ର ପଶ୍ଚିମ ଓଡ଼ିଶା ଏବଂ ଏହା ସଂଲଗ୍ନ ଆଭ୍ୟନ୍ତରୀଣ ଅଞ୍ଚଳରେ ରାତିର ପାରଦ ଅପେକ୍ଷାକୃତ କମ୍ ରହିପାରେ। ଦକ୍ଷିଣର କିଛି ଜିଲ୍ଲାରେ ବି ରାତି ତାପମାତ୍ରା କମ୍ ରହିପାରେ। ଏସବୁ ଅଞ୍ଚଳରେ ନଭେମ୍ବରରେ ଥଣ୍ଡା ପ୍ରକୋପ ଅନୁଭୂତ ହୋଇପାରେ। ନଭେମ୍ବର ମାସରେ ବର୍ଷା ନା ଦେଶରେ ସ୍ବାଭାବିକ ରହିବ ନା ଓଡ଼ିଶାରେ। ଉତ୍ତର ପଶ୍ଚିମ ଏବଂ ଉତ୍ତର ପୂର୍ବ ଭାରତକୁ ଛାଡ଼ିଲେ ବିଶେଷ ବର୍ଷା ନାହିଁ ଦେଶରେ। ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ବର୍ଷା ରହିପାରେ। ନଭେମ୍ବର ୫ ପରେ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ ।