ଜଗତପୁର, ୧/୧୧ : ନାବାଳିକା ଶାଳୀଙ୍କୁ ଦୁଷ୍କର୍ମ ଓ ନିର୍ଯାତନା ଦେବା ଅଭିଯୋଗରେ ଜଗତପୁର ପୁଲିସ ରସିକିଆ ଭିଣୋଇକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ ଇଶାନପୁର ଗ୍ରାମର କାଳିଆ ଓରଫ ଦୀପକ ଦାସ । ତାକୁ ବାହୁଗ୍ରାମ ବଜାରରୁ ପୁଲିସ ଗିରଫ କରିଥିବାବେଳେ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଛି।

Also Read :- ପାଣିରେ ଭସାଇବ ଓ ପବନରେ ଉଡ଼ାଇବ 'ମୁରାସୁ' ! ସୋମବାରଠୁ ବଡ଼ ବର୍ଷା, ଏହି ସବୁ ଜିଲ୍ଲାବାସୀ ସାବଧାନ

ପୁଲିସ ସୂଚନା ଅନୁଯାୟୀ, ଦୀପକ ଜଗତପୁର ଥାନା ଅଞ୍ଚଳର ବାହୁଗ୍ରାମରେ ୮ ମାସ ଧରି ଶଶୁର ଘରେ ରହୁଥୁଲା । କୌଣସି କାରଣରୁ ନିଜ ଗାଁରେ ନରହି ସେ ଗତ ୮ ମାସ ଧରି ଶଶୁର ଘରେ ରହୁଥିଲା। ଏହି ସମୟରେ ସେ ନାବାଳିକା ଶାଳୀଙ୍କ ପ୍ରତି ଅସଦାଚରଣ କରିବା ସହ ଦୁଷ୍କର୍ମ କରିଥିଲା।

ଗତ ୨୭ ତାରିଖ ବିଳମ୍ବିତ ରାତିରେ ନାବାଳିକା ଜଣକ ବିରୋଧ କରିବାରୁ ଦୀପକ ତାଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଦେଇଥିଲା। ଏନେଇ ପୀଡ଼ିତାଙ୍କ ପକ୍ଷରୁ ଜଗତପୁର ଥାନାରେ ଅଭିଯୋଗ ପରେ ପୁଲିସ ପୋକ୍ସୋ ଆଇନରେ ମାମଲା ରୁଜୁ କରି ନାବାଳିକାଙ୍କ ବୟାନ ରେକର୍ଡ କରିଥିଲା। ଘଟଣା ପରେ ଦୀପକ ଫେରାର ହୋଇଯାଇଥିଲା। ଶେଷରେ ବାହୁଗ୍ରାମ ବଜାରରେ ବୁଲୁଥିବା ସମୟରେ ପୁଲିସ ତାକୁ କାବୁ କରିଥିଲା ।