ଭୁବନେଶ୍ୱର ୦୧।୧୧ : ରାଜଧାନୀରେ ହିଟ୍ ଆଣ୍ଡ ରନ୍ । ଘରୋଇ ବସ୍ ଧକ୍କାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ରାଜଧାନୀ ଭୁବନେଶ୍ୱରରେ ଭୟଙ୍କର ହିଟ୍ ଆଣ୍ଡ୍ ରନ୍। ଏକ ଘରୋଇ ବସ୍ ଧକ୍କାରେ ୨ ମୃତ, ୨ ଗୁରୁତର। ନୟାପଲ୍ଲୀ କ୍ରିଷ୍ଣା ଟାୱାର ସାମ୍ନାରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ବସ୍ ଧକ୍କାରେ ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ହୋଇଛି। ଗୁରୁତର ୨ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଯାଇଛି। ଘଟଣାସ୍ଥଳରେ ପୋଲିସ ଏବଂ ପିସିଆର ଟିମ୍ ପହଞ୍ଚି ଉଦ୍ଧାର କରିଥିଲା ।

Also Read:-ଆସୁଛି 'ମୁରାସୁ' : ଆଜି ନେବ ବାତ୍ୟାର ରୂପ, ଅତି ଭୀଷଣ ରୂପରେ ମାଡ଼ି ଆସିବ !

ସେପଟେ ଦୁର୍ଘଟଣା ପରେ ଧରାପଡିଛି ନାଇଟ୍ କୋଚ୍ ବସ୍। ଏହା କୋଲକାତାରୁ ପୁରୀ ଅଭିମୁଖେ ଯାଉଥିଲା । ଭୁବନେଶ୍ୱରରେ ଯାତ୍ରୀଙ୍କୁ ଓହ୍ଲାଇ ବସ୍ ଟି ପୁରୀ ଯାଇଥାନ୍ତା । ବସ୍ ଏବଂ ଡ୍ରାଇଭରଙ୍କୁ ଖଣ୍ଡଗିରି ଥାନାରେ ଅଟକ ରଖି ତଦନ୍ତ କରୁଛି ପୋଲିସ।