ନୂଆଦିଲ୍ଲୀ: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଓ ଏଭିଏସନ ଟର୍ବାଇନ ଫୁଏଲ୍ (ଏଟିଏଫ) ରପ୍ତାନୀ ଉପରେ ଶୁଳ୍କକୁ ନେଇ ସୋମବାର ଏକ ନୂଆ ନୋଟିଫିକେସନ ଜାରି କରିଛନ୍ତି। ସରକାର ପେଟ୍ରୋଲ ରପ୍ତାନୀ ଉପରେ ୱିଣ୍ଡଫଲ ଟ୍ୟାକ୍ସକୁ ଲିଟର ପିଛା ୨.୫ ଟଙ୍କାରୁ ବଢାଇ ୩.୫ ଟଙ୍କା କରିଦେଇଛନ୍ତି। ଅର୍ଥାତ ଲିଟର ପିଛା ୧ ଟଙ୍କା ବୃଦ୍ଧି ହୋଇଛି। ଏହି ବର୍ଦ୍ଧିତ ଦର ୩ ଅଗଷ୍ଟ ୨୦୨୬ରୁ ପ୍ରଭାବୀ ହୋଇଛି। ଏହା ଛଡା କେନ୍ଦ୍ର ସରକାର ଡିଜେଲ ରପ୍ତାନୀ ଉପରେ ୱିଣ୍ଡଫଲ ଟ୍ୟାକ୍ସ କୁ ଲିଟର ପିଛା ୧୫.୫ଟଙ୍କାରୁ ବଢାଇ ୨୪ ଟଙ୍କା କରିଦେଇଛନ୍ତି।

ଫଳରେ ଡିଜେଲ ରପ୍ତାନୀ ଲିଟର ପିଛା ୮.୫ ଟଙ୍କା ମହଙ୍ଗା ହୋଇଛି। ସେହିପରି ସରକାର ଏଭିଏସନ ଟର୍ବାଇନ ଫୁଏଲ (ଏଟିଏଫ) ଯାହାକୁ ଜେଟ୍ ଫୁଏଲ ନାମରେ ମଧ୍ୟ ଜଣାଯାଏ ରପ୍ତାନୀ ଉପରେ ୱିଣ୍ଡଫଳ ଟ୍ୟାକ୍ସ ଲିଟର ପିଛା ୧୪.୫ ଟଙ୍କାରୁ ବଢାଇ ୨୨ ଟଙ୍କା କରିଦେଇଛନ୍ତି। ଫଳରେ ଜେଟ୍ ଫୁଏଲ ରପ୍ତାନୀ ୭.୫ଟଙ୍କା ମହଙ୍ଗା ହୋଇଛି। ସରକାର ଏହି ବର୍ଦ୍ଧିତ ଶୁଳ୍କ ହାର ୩ ଅଗଷ୍ଟ ସୋମବାରଠାରୁ ଲାଗୁ କରିଛନ୍ତି। ଫଳରେ ଭାରତରୁ ପେଟ୍ରୋଲ, ଡିଜେଲ ଓ ଏଟିଏଫ ରପ୍ତାନୀ ଏବେ ମହଙ୍ଗା ହୋଇଛି।