ନୂଆଦିଲ୍ଲୀ,୦୧|୦୭:ଆୟର୍ଲ୍ୟାଣ୍ଡ ବିପକ୍ଷରେ ମିଳିନଥିଲା ସୁଯୋଗ । ଦଳରେ ଜାଗା ଦେଇନଥିଲେ ଅଧିନାୟକ ଶ୍ରେୟସ ଆୟର କିମ୍ବା କୋଚ୍ ଗୌତମ ଗମ୍ଭୀର । ଦଳ ସିରିଜ୍ ହାରିଲା । କ୍ୱିନ୍ ସ୍ୱିପ୍ ହେଲା । ଯାହା ପରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ନଖେଳାଇବା ନେଇ ଫ୍ୟାନ୍ସ ମାଗିଲେ ଜବାବ । ତେବେ ଏହି ୧୫ ବର୍ଷୀୟ ବାଳକଙ୍କୁ ସୁଯୋଗ ମିଳିବା ନେଇ ଏକ ସମ୍ଭାବନା ପ୍ରକାଶ ପାଇଛି । ବୁଧବାରଠାରୁ ଆରମ୍ବ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ତାଙ୍କୁ ଚାନ୍ସ ମିଳିପାରେ ବୋଲି କୁହାଯାଉଛି । ବୈଭବଙ୍କ ଏକ ପୋଷ୍ଟ୍ ମଧ୍ୟ ଅନେକ କିଛି ବୟାନ କରୁଛି ।

Also Read :-କାନ୍ଦୁଛି ଆଣ୍ଟାର୍କଟିକା : ଧଳା ବରଫ ତଳୁ ବାହାରୁଛି ଲାଲ୍ ପାଣି ! ସୃଷ୍ଟି କରୁଛି ରକ୍ତର ବନ୍ୟା...ବୈଜ୍ଞାନିକ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆ ପୋଷ୍ଟ୍

ମଙ୍ଗଳବାର ସନ୍ଧ୍ୟାରେ ବୈଭବ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ୍ କରିଛନ୍ତି । ଏଥିରେ ସେ କିଛି ଫଟୋ ପୋଷ୍ଟ୍ କରିଛନ୍ତି । ଯାହା ଇଂଲଣ୍ଡ ଗସ୍ତର ଅଟେ । ଏଥିରେ ଫ୍ଲାଇଟ୍, ଟ୍ରେନିଂ, ହୋଟେଲ ରୁମ୍ ର ଫଟୋ ରହିଛି । ଏହାସହ ସେ କ୍ୟାପସନରେ ଲେଖିଛନ୍ତି ଯେ, ଗ୍ରେଟଫୁଲ୍ । ଅର୍ଥାତ ସେ ଦଳକୁ ଧନ୍ୟବାଦ ଜଣାଇଛନ୍ତି । ଏହାପରେ ସେ ଏକ ଘଣ୍ଟାର ଇମୋଜି ଆଡ୍ କରିଛନ୍ତି ।

ଏହି ଇମୋଜୀ ଫ୍ୟାନ୍ସଙ୍କ ଧ୍ୟାନକୁ ଆକର୍ଷିତ କରିଛି । କାରଣ ଏହି ଘଣ୍ଟା ହେଉଛି କାଉଣ୍ଟଡାଉନର ଘଡି । ଯାହାର ଅର୍ଥ ଅପେକ୍ଷା । ଯେତେବେଳେ ସବୁ କିଛି ନୂଆ ହେବାକୁ ଯାଏ ସେହି ସମୟରେ ଏହି ଘଣ୍ଟାର ଇମୋଜୀ ବ୍ୟବହାର କରାଯାଏ । ଏଥିରୁ ବୈଭବଙ୍କୁ ସୁଯୋଗ ମିଳିବା ନେଇ ଫ୍ୟାନ୍ସ ଅନୁମାନ ଲଗାଉଛନ୍ତି ।

ଆଜିଠୁ ଟି୨୦ ସିରିଜ୍

ସୂଚନାଯୋଗ୍ୟ, ବୁଧବାରରୁ ଇଂଲଣ୍ଡ ଓ ଭାରତ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଉଭୟ ଦଳ ନିଜର ଶେଷ ସିରିଜରେ ପରାଜିତ ହୋଇଥିବାରୁ, ଏହି ସିରିଜ୍ ଜରିଆରେ ବିଜୟ ଧାରାକୁ ଫେରିବାକୁ ଉଭୟ ଚେଷ୍ଟା କରିବେ।

ଭାରତୀୟ ଦଳର ଅଧିନାୟକ ଶ୍ରେୟାସ ଆୟର ଏବଂ ଇଂଲଣ୍ଡର ନୂତନ ଅଧିନାୟକ ହ୍ୟାରୀ ବ୍ରୁକ୍, ଉଭୟଙ୍କ ପାଇଁ ଏହି ସିରିଜ୍ ନିଜର ନେତୃତ୍ୱ ଦକ୍ଷତା ପ୍ରମାଣ କରିବାର ଏକ ବଡ଼ ସୁଯୋଗ। ଭାରତ ଆୟର୍ଲଣ୍ଡ ବିପକ୍ଷ ପରାଜୟରୁ ମୁକୁଳିବାକୁ ଲକ୍ଷ୍ୟ ରଖିଛି, ଅନ୍ୟପଟେ ଘରୋଇ ପରିବେଶରେ ଇଂଲଣ୍ଡ ଦଳ ମଧ୍ୟ ନିଜର ପ୍ରଭାବ ଜାହିର କରିବାକୁ ଚେଷ୍ଟା କରିବ। ଇଂଲଣ୍ଡ ଦଳରେ ଜୋଫ୍ରା ଆର୍ଚର ଓ ଜେମ୍ସ ଟେଲରଙ୍କ ଅନୁପସ୍ଥିତିରେ ସାକିବ ମହମୁଦ ଓ ଲ୍ୟୁକ ଉଡ୍ ବୋଲିଂ ଭାର ସମ୍ଭାଳିବେ। ଭାରତର ପ୍ଲେଇଙ୍ଗ ୧୧ରେ ବରୁଣ ଚକ୍ରବର୍ତ୍ତୀଙ୍କୁ ସାମିଲ କରିବା ନେଇ ଯୋଜନା ରହିଥିବା ସୂଚନା ରହିଛି। ଟେଷ୍ଟର କ୍ଲି ସ୍ଲାଟ୍ ଗ୍ରାଉଣ୍ଡର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ। ଟସ୍ ଜିତିବା ଦଳ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇପାରନ୍ତି।

 

 

ସମ୍ଭାବ୍ୟ ଏକାଦଶ:

 

ଭାରତ:ସଞ୍ଜୁ ସାମସନ/ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ଇଶାନ କିଷନ, ଶ୍ରେୟାସ ଆୟର (ଅଧିନାୟକ), ତିଲକ ବର୍ମା, ସୂର୍ଯ୍ୟାଂଶ ସେଡଗେ, ଶିବମ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ହର୍ଷିତ ରାଣା, ଏବଂ ପ୍ରିନ୍ସ ଯାଦବ/ବରୁଣ ଚକ୍ରବର୍ତ୍ତୀ।

ଇଂଲଣ୍ଡ:ଫିଲ୍ ସଲ୍ଟ, ଜୋସ ବଟଲର, ହ୍ୟାରୀ ବ୍ରୁକ୍ (ଅଧିନାୟକ), ଜାକବ ବେଥେଲ, ସାମ କରାନ, ଲ୍ୟୁକ ଜ୍ୟାକ୍ୟୁ, ଲାଇମ ଡାଉସନ, ଆଦିଲ ରସିଦ, ଲ୍ୟୁକ ଉଡ୍, ଏବଂ ସାକିବ ମହମୁଦ।