କୋରାପୁଟ ୫।୮: କୋରାପୁଟ ବୈପାରୀଗୁଡାରେ ବିଲୁଆ ଆତଙ୍କ । ଗାଁ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି ବିଲୁଆ । ୬ ଜଣ ଗୁରୁତର ଆହତ ହୋଇଥିବା ବେଳେ ବିଲୁଆ ଭୟରେ ଲୋକେ ଘରୁ ଗୋଡ଼ କାଢ଼ିବାକୁ ଭୟ କରୁଛନ୍ତି । ସ୍କୁଲ ଯିବାକୁ ଡରୁଛନ୍ତି ଛାତ୍ରଛାତ୍ରୀ । ପ୍ରବଳ ବର୍ଷା ଯୋଗୁଁ ବିଲୁଆ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହୋଇଥିବା ଆଶଙ୍କା କରାଯାଉଛି । ଲୋକଙ୍କ ସୁରକ୍ଷା ପାଇଁ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି ।

କୋରାପୁଟ ଜିଲ୍ଲା ବୈପାରୀଗୁଡା ଅଞ୍ଚଳରେ ବିଲୁଆ ଆତଙ୍କ । ବିଲୁଆ ଆକ୍ରମଣରେ ୬ ଜଣ ଗୁରୁତର ହୋଇଥିବା ଜଣାପଡିଛି l ସମସ୍ତ ଗୁରୁତର ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି l ବୁଧବାର ସକାଳେ ଗାଁ ଗାଁରେ ବିଲୁଆ ପଶି ଅନେକ ଲୋକଙ୍କୁ ଆକ୍ରମଣ କରିଛି । ବୈପାରୀଗୁଡା ବ୍ଲକର ଖରାଗୁଡା, କଦମଗୁଡା ଓ ବଡାଗୁଡାରେ ପ୍ରାୟ ୬ ଜଣକୁ ଆକ୍ରମଣ କରିଛି । କିଏ ଜମିରେ ହଳ କଲାବେଳେ ବିଲୁଆ ଆକ୍ରମଣର ଶିକାର ହୋଇଛି ତ ଆଉ କିଏ ପୋଖରୀରେ ଗାଧୋଇବା ପାଇଁ ଯିବାବେଳେ ବିଲୁଆ ହାବୁଡ଼ରେ ପଡିଛି l ଏଭଳି ବିଭିନ୍ନ ଗାଁର ୬ ଜଣ ଗୁରୁତର ହୋଇଥିବା ବେଳେ ସେମାନେ ବୈପାରୀଗୁଡା ମେଡିକାଲରେ ଚିକିତ୍ସିତ ହେଉଛନ୍ତି l

Also Read:- ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ଗସ୍ତ ରିପୋର୍ଟ ମାଗିଲେ ଉନ୍ନୟନ କମିଶନର, ଯୋଜନା କାର୍ଯ୍ୟାନ୍ୱୟନର ହେବ ସମୀକ୍ଷା

ପାଗରେ ପରିବର୍ତ୍ତନ ହେବା ସହ ଲଗାତର ବର୍ଷାର ପ୍ରକୋପ ବଢ଼ିବା ଫଳରେ ବିଲୁଆ ଗାଁ ଭିତରକୁ ପ୍ରବେଶ କରିବା ଯୋଗୁ ଏଭଳି ଘଟଣା ଘଟୁଛି । ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି l