ଚାନ୍ଦବାଲି ୧୬।୯: ପାରିବାରିକ କଳହର କରୁଣ ପରିଣତି । ମଦ୍ୟପ ସ୍ୱାମୀ ମାଡ଼ରେ ସ୍ତ୍ରୀର ମୃତ୍ୟୁ ହୋଇଛି । ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଛି ପୋଲିସ l ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପାଇକିରାପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା l

ପାଇକିରାପୁର ଗାଁର ବିଜୟ ପତି ସବୁବେଳେ ମଦ୍ୟପାନ କରି ଘରେ ପାଟିତୁଣ୍ଡ ଓ ମାରପିଟ କରନ୍ତି l ମଙ୍ଗଳବାର ବିଳମ୍ବିତ ରାତିରେ ବିଜୟ ଅତ୍ୟଧିକ ମଦ୍ୟପାନ କରି ଘରକୁ ଫେରିଥିଲେ । ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଉତକ୍ଷିପ୍ତ ହୋଇ ବିଜୟ କମଳିନୀକୁ ମାଡ଼ ମାରିଥିଲେ l ଯାହା ଫଳରେ କମଳିନୀଙ୍କର ମୃତ୍ୟୁ ହୋଇଯାଇଥିଲା l

Also Read:- ଓରାଙ୍ଗଉଟାନଙ୍କ ଯତ୍ନ ଓ ପୋଷଣ ଯାଞ୍ଚ କଲା ଟେକ୍ନିକାଲ କମିଟି, ଆଜି ଦାଖଲ ହେବ ରିପୋର୍ଟ

ଘଟଣା ପରେ ଘର ସାରା ମଦ ବୋତଲର ଭଙ୍ଗା କାଚ ପଡ଼ିଥିବା ଦେଖିବାକୁ ମିଳିଥିଲା l ଏ ନେଇ ଗ୍ରାମବାସୀ ଚାନ୍ଦବାଲି ପୋଲିସକୁ ସକାଳୁ ଖବର ଦେଇଥିଲେ l ପୋଲିସ ଘଟଣାସ୍ଥଳରେ ପହଞ୍ଚି ମଦ୍ୟପ ସ୍ୱାମୀ ବିଜୟକୁ ଚାନ୍ଦବାଲି ଥାନାକୁ ଆଣିଥିବା ଜଣାପଡିଛି ।

Watch Video: