ନୂଆଦିଲ୍ଲୀ, ୦୩/୦୯: ଭାରତ ନିଜ ଚାହିଦା ମେଣ୍ଟାଇବା ପାଇଁ ବିଦେଶରୁ ସୁନା ଆମଦାନୀ କରିଥାଏ । ଗତ କଛି ଦିନ ହେବ ସୁନା ପାଇଁ ଅଧିକ ଅର୍ଥ ଖର୍ଚ୍ଚ ହେଉଛି । ବୈଦେଶିକ ମୁଦ୍ରା ଭଣ୍ଡାରରୁ ଅଧିକ ଅର୍ଥ ସୁନା କିଣାରେ ଖର୍ଚ୍ଚ କରୁଛନ୍ତି ସରକାର । ତେଣୁ ନିକଟରେ ଜନତାଙ୍କୁ ଅତି କମ୍ ସୁନା କିଣିବାକୁ କୁହାଯାଇଥିଲା । ତଥାପି ଭାରତ ଭାରତର ସୁନାକ୍ରୟ ପାଇଁ ଆମଦାନୀ ବିଲ୍ ହ୍ରାସ ପାଉନି ।

ସବୁଠାରୁ ଅଧିକ ସୁନା ୟୁଏଇରୁ ଆସୁଛି । ଯାହା ଉପରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ ହୋଇଛି । କାହିଁକି ୟୁଏଇରୁ ଏତେ ସୁନା ଆସୁଛି ସେନେଇ ମଧ୍ୟ ପ୍ରଶ୍ନ ଉଠୁଛି । ରିପୋର୍ଟ ଅନୁସାରେ, ଭାରତର ସୁନା ଆମଦାନୀ ୨୦୨୬ ଏପ୍ରିଲ-ଜୁନରେ ୪୭.୧ ପ୍ରତିଶତ ବୃଦ୍ଧି ପାଇ ୧୧.୦୧ ଅରବ ଡଲାର ହୋଇଯାଇଛି । ଯାହା ବର୍ଷେ ତଳେ ୭.୪୯ ଡଲାର ରହିଥିଲା । ଏସବୁ ମଧ୍ୟରେ ମେ ୧୩ ତାରିଖରେ ସରକାର ସୁନା ଆମଦାନୀ ଶୁଳ୍କକୁ ୬ ପ୍ରତିଶତରୁ ୧୫ ପ୍ରତିଶତକୁ ବଢାଇ ଦେଇଥିଲେ । ଏହାସହ ଅନ୍ତରାଷ୍ଟ୍ରୀୟ ସ୍ତରରେ ସୁନା ରେଟ୍ ବୃଦ୍ଧି ମଧ୍ୟ ବିଲ୍ ଉପରେ ପ୍ରଭାବ ପକାଇଥିଲା ।

ୟୁଏଇରୁ ଆସୁଛି କେତେ ସୁନା

ଭାରତ ୨୦୨୬ ଜୁନରେ ୟୁଏଇରୁ ୬୪୯.୪ ମିଲିୟନ ଡଲାର ମୂଲ୍ୟର ସୁନା ଆମଦାନୀ କରିଛି । ଯାହା ୨୦୨୫ ଜୁନରେ ୨୩୫.୯ ମିଲିୟନ ଡଲାର ଥିଲା । ଅର୍ଥାତ ପୂର୍ବପେକ୍ଷା ଦେଶ ୧୭୫.୨ ପ୍ରତିଶତ ଅଧିକ ସୁନା ଆମଦାନୀ କରିଛି । ଅନ୍ୟ ଦେଶରୁ ଆମଦାନୀ ହ୍ରାସ ପାଇ ୧.୬୦ ବିଲିୟନ ଡଲାରରୁ ୧.୩୨ ଡଲାରରେ ପହଁଚିଛି ।

Also Read :- ରୋହିତଙ୍କ ଅବସର ପାଇଁ ମୁମ୍ବାଇରେ ବଡ଼ ମିଟିଂ: ହଟାଇବାକୁ ଜିଦ୍ କରୁଛନ୍ତି ଅଗରକର, ହେଲେ ମାନୁନି BCCI !

କାହିଁକି ୟୁଏଇରୁ ଆସୁଛି ସୁନା

ଭାରତ ଏବଂ ୟୁଏଇ ମଧ୍ୟରେ ଏଫଟିଏ ବା ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହାଦ୍ୱାରା କମ୍ ଶୁଳ୍କ ପଡୁଛି । ୧୫ ପ୍ରତିଶତ ଟାରିଫ ବଦଳରେ ୧୪ ପ୍ରତିଶତ ଟାରିଫରେ ଭାରତୀୟ ସୀମାରେ ୟୁଏଇ ସୁନା ପ୍ରବେଶ କରିପାରୁଛି । ଅର୍ଥାତ ୟୁଏଇରୁ ଆସୁଥିବା ସୁନା ଭାରତକୁ ଶସ୍ତା ପଡୁଛି ।