ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା କିଏ ହେବ ? ଏହି ପ୍ରଶ୍ନ ଏବେ ବି କ୍ରିକେଟ୍ ପ୍ରେମୀଙ୍କ ମନରେ ଉଙ୍କି ମାରୁଛି। ପ୍ରଜ୍ଞାନ ଓଝା ଅନ୍ତରୀଣ ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟିତ୍ଵ ନିର୍ବାହ କରୁଛନ୍ତି। ଅନ୍ୟପଟେ ବରିଷ୍ଠ ଖେଳାଳି ଓ୍ଵାସିମ ଜାଫର ଚୟନକର୍ତ୍ତା ସଦସ୍ୟ ପାଇଁ ଆବେଦନ କରିଛନ୍ତି। ଫଳରେ ମୁଖ୍ୟ ଚୟନକର୍ତ୍ତା ଦୌଡ଼ ଏବେ ରୋଚକ ହୋଇ ଯାଇଛି।

ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ, ୪୮ ବର୍ଷୀୟ ଓ୍ଵାସିମ ଜାଫର କହିଛନ୍ତି, ସେ ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆବେଦନ କରିଛନ୍ତି। ଯଦି କ୍ରିକେଟ୍ ପରାମର୍ଶଦାତା କମିଟି(CAC) ଓ୍ଵାସିମ ଜାଫରଙ୍କ ଚୟନ କରନ୍ତି, ତେବେ ସେ ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ହେବେ। କାରଣ ଚୟନ କମିଟିରେ ସବୁଠୁ ଅଧିକ ଟେଷ୍ଟ ମ୍ୟାଚ୍ ଖେଳିବାର ଅନୁଭବ ଜାଫରଙ୍କ ନିକଟରେ ରହିଛି। ଜାଫର ୩୧ଟି ଟେଷ୍ଟ ଖେଳିଥିବା ବେଳେ ଓଝା ୨୪ଟି ଟେଷ୍ଟ ଖେଳିଛନ୍ତି।

Also Read: ଛାଡ଼ପତ୍ର ପରେ ଭାଙ୍ଗି ପଡ଼ିଥିଲେ ୟୁଜବେନ୍ଦ୍ର ଚହଲ, ମଦ୍ୟପାନ ଅଭ୍ୟାସ ପାଇଁ ୨୬ ଦିନ ନିଶାମୁକ୍ତି କେନ୍ଦ୍ରରେ ରହିଥିଲେ

କଣ ଜାଫର ହେବେ ମୁଖ୍ୟ ଚୟନକର୍ତ୍ତା ?

ଚୟନ କମିଟିରେ ଯେଉଁ ବ୍ୟକ୍ତିଙ୍କ ପାଖରେ ଅଧିକ ଟେଷ୍ଟ ମ୍ୟାଚ୍ ଖେଳିବାର ଅନୁଭବ ରହିଛି, ତାଙ୍କୁ ହିଁ ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତି ଦିଆଯାଏ। ପ୍ରଥମେ ପାର୍ଥିବ ପଟେଲଙ୍କ ନାଁ ଏହି ପଦ ପାଇଁ ସାମ୍ନାକୁ ଆସିଥିଲା। ମାତ୍ର ପାର୍ଥିବ ଏହି ପଦ ପାଇଁ ଆବେଦନ ହିଁ କରି ନାହାନ୍ତି। ତେଣୁ ଏମିତି ସ୍ଥିତିରେ ଯଦି ଜାଫରଙ୍କୁ ଚୟନକର୍ତ୍ତା କମିଟିରେ ସାମିଲ୍ କରାଯାଏ। ତେବେ ଅଧିକ ଟେଷ୍ଟ ଖେଳିଥିବା ଆଧାରରେ ସିଏସି ତାଙ୍କୁ ମୁଖ୍ୟ ଚୟନକର୍ତ୍ତା ଭାବେ ଚୟନ କରିବେ। ହେଲେ ବିସିସିଆଇର ଅଧିକାଂଶ ବରିଷ୍ଠ ଅଧିକାରୀ ପ୍ରଜ୍ଞାନ ଓଝାଙ୍କ ସମର୍ଥନରେ ଅଛନ୍ତି। ତେଣୁ ଓଝାଙ୍କ ମୁଖ୍ୟ ଚୟନକର୍ତ୍ତା ହେବାର ସମ୍ଭାବନା ଅଧିକ ରହିଛି।

କିଏ ହେବେ ଓ୍ବେଷ୍ଟ ଜୋନର ସଦସ୍ୟ

ପାଞ୍ଚ ଜଣିଆ ଚୟନକର୍ତ୍ତା କମିଟିରେ ବର୍ତ୍ତମାନ ଓ୍ଵେଷ୍ଟ ଜୋନରୁ ପଦ ଖାଲି ରହିଛି। ତେଣୁ ଏହି ପଦ ଭର୍ତ୍ତି କରିବା ବିସିସିଆଇ ପାଇଁ ଜରୁରୀ। କୁହାଯାଉଛି ରମେଶ ପାଓ୍ଵାରଙ୍କୁ ଚୟନକର୍ତ୍ତା କମିଟିରେ ସଦସ୍ୟ କରାଯାଏ। ସେ ଓ୍ଵେଷ୍ଟ ଜୋନରୁ ଆସୁଛନ୍ତି ଏବଂ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବାର ଅଭିଜ୍ଞତା ରହିଛି। ତେବେ ସବୁ ନିଷ୍ପତ୍ତି ଏବେ ସିଏସି ହାତରେ ରହିଛି। କିନ୍ତୁ ବିସିସିଆଇ କେଉଁ ପଦକ୍ଷେପ ଗ୍ରହଣ କରୁଛି ତାହା ଉପରେ ଏବେ ସଭିଙ୍କ ନଜର।

Also Read: ନ୍ୟୁଜିଲାଣ୍ଡ ବିପକ୍ଷ ODI ଓ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା, ଶ୍ରେୟସ ଆୟର ଅଧିନାୟକ