ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ଏବଂ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ପ୍ରଥମ ୩ଟି ଦିନିକିଆ ମ୍ୟାଚ୍‌ରେ ଶୁଭମନ ଗିଲ୍‌ ଅଧିନାୟକ ରହିବେ । ତାଙ୍କ ଉପରୁ କାର୍ଯ୍ୟ ଚାପ କମ୍‌ କରିବା ଲାଗି ବଡ଼ ନିଷ୍ପତ୍ତି ନେଇଛି ବିସିସିଆଇ । ତେଣୁ ଶେଷ ଦୁଇଟି ମ୍ୟାଚରେ ଅଧିନାୟକ ରହିବେ ଶ୍ରେୟସ ଆୟର । ପରେ ୨ଟି ଟେଷ୍ଟ ମ୍ୟାଚ୍‌ରେ ଅଧିନାୟକ ଦାୟିତ୍ବ ତୁଲାଇବେ ଶୁଭମନ ଗିଲ୍‌ । ସେହିଭଳି ରୋହିତ ଶର୍ମା ଏବଂ ବିରାଟ କୋହଲି ୫ଟି ଦିନିକିଆ ମ୍ୟାଚ୍‌ ଖେଳିବେ ।

ବେଙ୍ଗଲର ଦ୍ରୁତ ବୋଲର ଆକାଶ ଦୀପ ପୁଣିଥରେ ଟେଷ୍ଟ ଦଳକୁ ଫେରିଛନ୍ତି । ୱିକେଟକିପର-ବ୍ୟାଟର କୁମାର କୁଶାଗ୍ର ଶେଷ ଦୁଇଟି ଦିନିକିଆ ପାଇଁ ପ୍ରଥମଥର ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଜସପ୍ରୀତ ବୁମରା ଦିନିକିଆ ସିରିଜରୁ ବାଦ ପଡ଼ିଥିବା ବେଳେ  ଦୁଇଟିଯାକ ଟେଷ୍ଟ ମ୍ୟାଚ୍‌ରେ ଖେଳିବେ। ଅନ୍ୟପକ୍ଷରେ, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦିନିକିଆ ଦଳରୁ ବାଦ୍ ଦିଆଯାଇଛି।

ଋଷଭ ପନ୍ତ ଏବଂ ଧ୍ରୁବ ଜୁରେଲଙ୍କୁ ୱିକେଟକିପର ଭାବରେ ଟେଷ୍ଟ ଦଳରେ ସାମିଲ କରାଯାଇଛି । କିନ୍ତୁ ପନ୍ତଙ୍କ ଖେଳିବା ନେଇ ବିସିସିଆଇର ସେଣ୍ଟର ଅଫ୍ ଏକ୍ସଲେନ୍ସ ଠାରୁ ଫିଟନେସ ପ୍ରମାଣପତ୍ର ମିଳିବା ଆବଶ୍ୟକ। ଦ୍ରୁତ ବୋଲର ଅଂଶୁଲ କମ୍ବୋଜ୍ ପ୍ରଥମ ତିନୋଟି ଦିନିକିଆ ପାଇଁ ସୁଯୋଗ ପାଇଛନ୍ତି । ପ୍ରସିଦ୍ଧ କ୍ରିଷ୍ଣାଙ୍କ ଚୟନ ମଧ୍ୟ ଫିଟନେସ ଉପରେ ନିର୍ଭରଶୀଳ। ଆସନ୍ତା ନଭେମ୍ବର ୪ ତାରିଖରୁ ଦିନିକିଆ ସିରିଜ୍ ଆରମ୍ଭ ହେବ ଏବଂ ନଭେମ୍ବର ୧୯ ରୁ ଟେଷ୍ଟ ସିରିଜ୍ ଖେଳାଯିବ।

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ଦଳ

ପ୍ରଥମ ୩ଟି ODI:  ଶୁଭମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପଅଧିନାୟକ), କେ.ଏଲ୍ ରାହୁଲ (ୱିକେଟ କିପର), ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ନମନ ଧୀର, ଅଂଶୁଲ କମ୍ବୋଜ, ଗୁରୁନୁର ବ୍ରାର, ରୁତୁରାଜ ଗାୟକ୍ବାଡ, ଅର୍ଶଦୀପ ସିଂହ, ଇଶାନ କିଶନ (ୱିକେଟ କିପର), ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା*, କୁଲଦୀପ ଯାଦବ।

୪ର୍ଥ ଏବଂ ୫ମ ODI: ଶ୍ରେୟସ ଆୟର (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ତିଳକ ବର୍ମା, ଇଶାନ କିଶନ (ୱିକେଟ କିପର, ଉପଅଧିନାୟକ), ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ନମନ ଧୀର, ଆକିବ ନବୀ, ଗୁରୁନୁର ବ୍ରାର, ରୁତୁରାଜ ଗାୟକ୍ବାଡ, ଅର୍ଶଦୀପ ସିଂହ, କୁମାର କୁଶାଗ୍ର (ୱିକେଟ କିପର), ମହମ୍ମଦ ସିରାଜ, ୟଶ ଠାକୁର, କୁଲଦୀପ ଯାଦବ।

ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ: ଶୁଭମନ ଗିଲ୍ (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, କେ.ଏଲ୍ ରାହୁଲ (ଉପଅଧିନାୟକ), ଦେବଦତ୍ତ ପଡ଼ିକ୍କଲ, ଋଷଭ ପନ୍ତ (ୱିକେଟ କିପର)*, ଧ୍ରୁବ ଜୁରେଲ (ୱିକେଟ କିପର), ରବୀନ୍ଦ୍ର ଜାଡେଜା, ଅଂଶୁଲ କମ୍ବୋଜ, ଜସପ୍ରୀତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା, ଆକାଶ ଦୀପ, ସାଇ ସୁଦର୍ଶନ, ନୀତିଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ସିରାଜ।