ନୂଆଦିଲ୍ଲୀ, ୦୪/୦୬ : ଭାରତୀୟ କ୍ରିକେଟ୍ ଦଳର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ । ଆଇପିଏଲରେ ସେ ଅରେଞ୍ଜ୍ କ୍ୟାପ୍ ଓ୍ୱିନର୍ । ମାତ୍ର ୧୫ ବର୍ଷରେ ସେ ବଡ ବଡ ବୋଲରଙ୍କ ନିଦ ହଜାଇଛନ୍ତି । ଅନ୍ତର୍ଜାତୀୟ ବୋଲରଙ୍କୁ ପ୍ରହାର କରୁଛନ୍ତି । ଆଇପିଏଲରେ ୨୦୦ରୁ ଅଧିକ ଷ୍ଟ୍ରାଇକ୍ ରେଟରେ ତାଙ୍କର ବ୍ୟାଟ୍ ଚାଲୁଛି ।

ବେବି ବସ୍ ବୈଭବ ଆଇପିଏଲରେ ରାଜସ୍ଥାନ ପାଇଁ ଖେଳୁଛନ୍ତି । ଗତ ଟୁର୍ଣ୍ଣାମେଣ୍ଟରେ ସେ ୧୬ଟି ମୁକାବିଲା ଖେଳିଥିଲେ । ଏହି ସବୁ ମୁକାବିଲାରେ ସେ ୨୩୭.୩୦ ଷ୍ଟ୍ରାଇକ୍ ରେଟରେ ୭୭୬ ରନ୍ ସଂଗ୍ରହ କରିଥିଲେ । ତେବେ ଅନେକ ସମୟରେ ମୁକାବିଲା ପୂର୍ବରୁ ଅଭ୍ୟାସ ବେଳେ ବୈଭବଙ୍କ ପାଖରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସମସ୍ତେ ଦେଖିଥାନ୍ତି । ଡଗଆଉଟ୍ ରୁ ଆରମ୍ଭ କରି ପ୍ୟାଭିଲିୟନ ଏବଂ ପ୍ରାକ୍ଟିସ ପିଚରେ ଏହି ବ୍ୟକ୍ତି ବୈଭବଙ୍କ ସହ ନଜର ଆସିଥାନ୍ତି । ଏପରିକି ପୋଷ୍ଟ୍ ମ୍ୟାଚ୍ ପ୍ରେଜେଣ୍ଟେସନ୍ ବେଳେ ମଧ୍ୟ ବ୍ୟକ୍ତି ଜଣଙ୍କ ବୈଭବଙ୍କ ପାଖେପାଖେ ରହିଥାନ୍ତି ।

ଆଇପିଏଲ ଫାଇନାଲରେ ବିରାଟ କୋହଲିଙ୍କ ସହ ବୈଭବ ସାକ୍ଷାତ କରିଥିଲେ । ଏହି ସମୟରେ ମଧ୍ୟ ସେହି ବ୍ୟକ୍ତି ଜଣଙ୍କ ବୈଭବଙ୍କ ପାଖରେ ଛାଇ ଭଳି ରହିଥିଲେ । ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ଶତକ ବାହାରିଲେ ସେ ଖୁବ୍ ଭାବ ବିହ୍ୱଳ ମଧ୍ୟ ହୋଇଯାନ୍ତି । ତେଣୁ ବ୍ୟକ୍ତିଙ୍କ ପରିଚୟ ବାବଦରେ ଫ୍ୟାନ୍ସମାନେ ସଦାବେଳେ ପ୍ରଶ୍ନ ଉଠାଇଥାନ୍ତି ।

କିଏ ଏହି ବ୍ୟକ୍ତି ?

ରିପୋର୍ଟ ଅନୁସାରେ, ବୈଭବଙ୍କ ସହ ଛାଇ ଭଳି ରହୁଥିବା ବ୍ୟକ୍ତି ହେଲେ ରୋମି ଭିଣ୍ଡର । ସେ ଦୀର୍ଘ ଦିନ ଧରି ରାଜସ୍ଥାନ ରୟାଲ୍ସର ମ୍ୟାନେଜର ରହି ଆସିଛନ୍ତି । କିନ୍ତୁ ଆଇପିଏଲରେ ତାଙ୍କ ଭୂମିକା କେବଳ ମ୍ୟାନେଜର ନୁହେଁ । ସେ ବୈଭବଙ୍କ ଗାର୍ଡିଆନ୍ ବା ଅଭିଭାବକ ଭାବେ କାର୍ଯ୍ୟ କରନ୍ତି ।

Also Read :-BCCIକୁ ମିଳିଲା ନୂଆ ଟି20 କ୍ୟାପ୍ଟେନ୍ ! ଶ୍ରେୟସଙ୍କୁ ପସନ୍ଦ କରୁନାହାଁନ୍ତି ଗମ୍ଭୀର, ତିଲକ ହେବେ କି ଅଧିନାୟକ ?

ବିସିସିଆଇର ନିୟମ ଅନୁସାରେ, କୌଣସି ନାବାଳକ ଖେଳାଳିଙ୍କ ସହ ଟୁର୍ଣ୍ଣାମେଣ୍ଟରେ ଜଣେ ଅଭିଭାବକ ରହିବା ଜରୁରୀ । ତେଣୁ ରୋମୀ ବୈଭବଙ୍କ ପାଖେପାଖେ ରହିଥାନ୍ତି ।