ଆମେରିକାର ରାଷ୍ଟ୍ରପତି ଭବନ ‘ହ୍ୱାଇଟ୍ ହାଉସ୍’ ବାହାରେ ଶନିବାର ସନ୍ଧ୍ୟାରେ ଜଣେ ସଶସ୍ତ୍ର ବନ୍ଧୁକଧାରୀ ଗୁଳିମାଡ଼ କରିବା ପରେ ସେଠାରେ ପ୍ରବଳ ଆତଙ୍କ ସୃଷ୍ଟି ହୋଇଛି। ଗୁଳିକାଣ୍ଡ ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସ୍ ଭିତରେ ହିଁ ଉପସ୍ଥିତ ଥିଲେ। ତେବେ ଆମେରିକା ସୀମା ସୁରକ୍ଷା ବାହିନୀ ସିକ୍ରେଟ୍ ସର୍ଭିସ୍ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସନ୍ଦିଗ୍ଧ ଆକ୍ରମଣକାରୀକୁ ନିହତ କରିଛି। ଏହି ଗୁଳି ବିନିମୟ ସମୟରେ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି ।

Also Read:Bike Lootera Gang : ଆଖି ପିଛୁଳାକେ ବାଇକ କରୁଥିଲେ ଗାଏବ, ବାହାର ରାଜ୍ୟର ନମ୍ବର ପ୍ଲେଟ୍ ଲଗାଇ କରୁଥିଲେ ବିକ୍ରି

ଘଟଣାର ସମ୍ପୂର୍ଣ୍ଣ ବିବରଣୀ

  ସନ୍ଧ୍ୟା ପ୍ରାୟ ୬ଟା

 ସଶସ୍ତ୍ର ବନ୍ଧୁକଧାରୀ ଜଣକ ହ୍ୱାଇଟ୍ ହାଉସର ପଶ୍ଚିମ ପାର୍ଶ୍ୱ ଗେଟ୍ ଆଡ଼କୁ ଆଗେଇଥିଲା। ସନ୍ଧ୍ୟା ୬:୧୦ ମିନିଟ୍ ସମୟରେ ତାକୁ ‘୧୭ଥ୍ ଷ୍ଟ୍ରିଟ୍ ନର୍ଥୱେଷ୍ଟ’ରେ ସନ୍ଦେହଜନକ ଭାବେ ବୁଲାବୁଲି କରୁଥିବାର ସିକ୍ରେଟ୍ ସର୍ଭିସ୍ ପ୍ରଥମେ ଦେଖିବାକୁ ପାଇଥିଲା।

  ବନ୍ଧୁକ ପ୍ରଦର୍ଶନ ଓ ଗୁଳିମାଡ଼

 ବନ୍ଧୁକଧାରୀ ଜଣକ ହଠାତ୍ ଏକ ହ୍ୟାଣ୍ଡଗନ୍ ବାହାର କରି ହ୍ୱାଇଟ୍ ହାଉସ୍ ପରିସର ନିକଟରେ ପ୍ରାୟ ୩ ଥର ଗୁଳି ଚଳାଇଥିଲା। ଘଟଣାସ୍ଥଳରେ ଥିବା ନ୍ୟୁଜ୍ ପ୍ରତିନିଧି ଜୁଲି ସିର୍କିନ୍‌ଙ୍କ ଅନୁଯାୟୀ, ସେହି ସମୟରେ ପ୍ରାୟ ୨୦ ରୁ ୩୦ ରାଉଣ୍ଡ ଗୁଳି ଶବ୍ଦ ଶୁଣାଯାଇଥିଲା, ଯାହା ଚାରିଆଡ଼େ ଆତଙ୍କ ଖେଳାଇ ଦେଇଥିଲା।

Also Read:ତ୍ବିଶା ଶର୍ମା ମାମଲାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ, ମେ’ ୨୫ରେ ଶୁଣାଣି

  ସିକ୍ରେଟ୍ ସର୍ଭିସର ତତ୍କାଳ କାର୍ଯ୍ୟାନୁଷ୍ଠାନ

 ସୁରକ୍ଷାକର୍ମୀମାନେ ବିନା ବିଳମ୍ବରେ ମାତ୍ର କିଛି ସେକେଣ୍ଡ ଭିତରେ ଜବାବୀ ଗୁଳିମାଡ଼ କରିଥିଲେ ଏବଂ ଆକ୍ରମଣକାରୀ ସୁରକ୍ଷିତ ସୀମା ପାର ହେବା ପୂର୍ବରୁ ତାକୁ ଗୁଳି କରି ଖସାଇ ଦେଇଥିଲେ। ଗୁଳି ସରିବା ମାତ୍ରେ ସୁରକ୍ଷାକର୍ମୀମାନେ ହ୍ୱାଇଟ୍ ହାଉସ୍ ପରିସରରେ ଥିବା ସମସ୍ତ ସାମ୍ବାଦିକଙ୍କୁ ଉତ୍ତର ଲନରେ ଏକତ୍ରିତ କରି ପ୍ରେସ୍ ବ୍ରିଫିଂ ରୁମ୍ ଭିତରକୁ ସୁରକ୍ଷିତ ଭାବେ ନେଇଯାଇଥିଲେ।

Also Read: ପୁରୀରେ ପୁଣି ଖଜା ବ୍ୟବସାୟୀ ବାଡ଼ିଆପିଟା, ଠେଲା ଗାଡ଼ିକୁ ଉଠାଇ ନେଲା ଏନଫୋର୍ସମେଣ୍ଟ ସ୍କ୍ବାଡ୍

ଆକ୍ରମଣକାରୀର ପରିଚୟ ଓ ତଦନ୍ତ

ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆକ୍ରମଣକାରୀକୁ ଜର୍ଜ ୱାଶିଂଟନ ହସ୍ପିଟାଲକୁ ନିଆଯାଇଥିଲା। ନ୍ୟୁୟର୍କ ପୋଷ୍ଟ ଏବଂ ଫକ୍ସ ନ୍ୟୁଜ୍‌ର ରିପୋର୍ଟ ଅନୁଯାୟୀ, ସୁଟରର ପରିଚୟ ନାସିର ବେଷ୍ଟ । ଏଫବିଆଇ (FBI) ନିର୍ଦ୍ଦେଶକ କାଶ ପଟେଲ ସ୍ପଷ୍ଟ କରିଛନ୍ତି ଯେ ଏଜେଣ୍ଟମାନେ ସିକ୍ରେଟ୍ ସର୍ଭିସକୁ ଏହି ମାମଲାର ତଦନ୍ତରେ ସହାୟତା କରୁଛନ୍ତି। ରଏଟର୍ସ ଅନୁଯାୟୀ, ସନ୍ଦିଗ୍ଧ ବ୍ୟକ୍ତି ଜଣକ ମାନସିକ ସ୍ତରରେ ବିକୃତ ଏବଂ ପୂର୍ବରୁ ତାଙ୍କ ବିରୋଧରେ ଏକ "ଷ୍ଟେ-ଆୱେ ଅର୍ଡର" ମଧ୍ୟ ଜାରି କରାଯାଇଥିଲା।

"ଟ୍ରମ୍ପ ସୁରକ୍ଷିତ ଅଛନ୍ତି, ଭଗବାନଙ୍କୁ ଧନ୍ୟବାଦ"

ଏହି ଗୁଳିକାଣ୍ଡର ମାତ୍ର ୨ ଘଣ୍ଟା ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ରେ ପୋଷ୍ଟ କରି କହିଥିଲେ ଯେ ସେ ଓଭାଲ ଅଫିସ୍‌ରେ ଇରାନ ସହ ଏକ ଶାନ୍ତି ଚୁକ୍ତି ଉପରେ କାମ କରୁଛନ୍ତି। ଆକ୍ରମଣ ଖବର ପ୍ରସାରିତ ହେବା ପରେ ଟ୍ରମ୍ପଙ୍କ ସମର୍ଥକମାନେ ସୋସିଆଲ ମିଡିଆରେ ତାଙ୍କର ସୁରକ୍ଷିତ ଥିବା ନେଇ ଆଶ୍ୱସ୍ତି ପ୍ରକାଶ କରିବା ସହ ପ୍ରାର୍ଥନା କରିଛନ୍ତି। ସୋସିଆଲ ମିଡିଆରେ ଲୋକେ ପୂର୍ବରୁ କୋଲ୍ ଆଲେନ୍, ରାଇନ୍ ରୁଥ୍ ଏବଂ ଥୋମାସ୍ କ୍ରୁକ୍ସଙ୍କ ଦ୍ୱାରା ହୋଇଥିବା ହତ୍ୟା ଉଦ୍ୟମକୁ ମନେ ପକାଇଥିଲେ। ଏହା ସହିତ ଗୁଳିର ଶିକାର ହୋଇଥିବା ନିରୀହ ସାଧାରଣ ନାଗରିକଙ୍କ ଆଶୁ ଆରୋଗ୍ୟ ପାଇଁ ମଧ୍ୟ ୟୁଜର୍ସମାନେ ଚିନ୍ତା ପ୍ରକାଶ କରିଛନ୍ତି।