ପୁରୀ ୨୩।୫: ପୁଣି ଖଜା ବ୍ୟବସାୟକୁ କେନ୍ଦ୍ରକରି ଦୁଇ ଯୁବକ ହାତାହାତି । ପୁରୀ ଶ୍ରୀକୃଷ୍ଣ ସିନେମା ଗଳିରେ ଦୁଇ ଜଣ ଯୁବକ ଖଜା ବ୍ୟବସାୟକୁ କେନ୍ଦ୍ରକରି ହାତାହାତି ହେବା ସହ ମୁଥ ମରାମରି ହୋଇଛନ୍ତି । ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି । ଖବରପାଇ ପୋଲିସ ଏବଂ ପିସିଆର୍ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ଥାନାକୁ ଉଠାଇ ନେଇଛି । ସେହିପରି ଦୁଇ ଯୁବକଙ୍କ ଠେଲା ଗାଡ଼ିକୁ ଉଠାଇ ନେଇଛନ୍ତି ଏନଫୋର୍ସମେଣ୍ଟ ସ୍କ୍ବାଡ୍ ।

ଶନିବାର ଅପରାହ୍ନରେ ଏଭଳି ଘଟଣା ବଡ଼ଦାଣ୍ଡରେ ଦେଖିବାକୁ ମିଳିଥିଲା । ଖଜା ବ୍ୟବସାୟକୁ କେନ୍ଦ୍ରକରି ଦୁଇ ଯୁବକଙ୍କ ଏଭଳି ହାତାହାତି ଦୃଶ୍ୟ ଦେଖି ଭୟଭୀତ ହୋଇ ପଡ଼ିଛନ୍ତି ଭକ୍ତ । ପୁରୀ ଭଳି ଏକ ଧାର୍ମିକ ତଥା ପର୍ଯ୍ୟଟନସ୍ଥଳୀରେ ଯୁବକ ମାନଙ୍କ ଏଭଳି କାର୍ଯ୍ୟକୁ ନାପସନ୍ଦ କରାଯାଇଛି । ତୁରନ୍ତ ପୁରୀ ପୋଲିସ ଏଦିଗରେ ପଦକ୍ଷେପ ଗ୍ରହଣ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି ।

Also Read:- OPTCL କର୍ମଚାରୀଙ୍କ ସବୁ ଛୁଟି ବାତିଲ, ବିନା ଅନୁମତିରେ ଛାଡ଼ିପାରିବେନି ମୁଖ୍ୟାଳୟ

ସେପଟେ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ବ୍ୟବସାୟ କରୁଥିବା ଉଠା ଦୋକାନୀଙ୍କ ଦୋକାନକୁ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ଫିଙ୍ଗା ଫୋପଡା କରିବା ସହ ଦୋକାନ ଉଠାଇ ନେଇଛନ୍ତି । ତେବେ ଖଜା ବ୍ୟବସାୟକୁ କେନ୍ଦ୍ରକରି ପୂର୍ବରୁ ପୁରୀରେ ହତ୍ୟାକାଣ୍ଡ ଭଳି ଜଘନ୍ୟ ଘଟଣା ଘଟିସାରିଛି । ପ୍ରତି ସମୟରେ ଖଜା ବ୍ୟବସାୟକୁ କେନ୍ଦ୍ରକରି ବ୍ୟବସାୟୀ ମାନେ ହାତାହାତି ହେଉଛନ୍ତି । ଏଣୁ ପୁରୀ ପୋଲିସ ଏଭଳି ଅସାଧୁ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହୋଇଛି ।