ନୂଆଦିଲ୍ଲୀ: ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟ୍ସଆପ୍ ଏହାର ୟୁଜର୍ସଙ୍କ ପାଇଁ ଆଣିଛି ନୂଆ ଜବରଦସ୍ତ ଫିଚର । ଯାହା ୟୁଜର୍ସଙ୍କ ପାଇଁ ବେଶ୍ ସୁବିଧାଜନକ ହେବ। ବିଶେଷ କରି ଏହି ଫିଚର୍ସ ହ୍ବାଟ୍ସଆପ୍ ଗ୍ରୁପରେ ଯୋଡ଼ି ହେଉଥିବା ନୂଆ ୟୁଜରଙ୍କୁ ଏହି ଫିଚରର ସବୁଠୁ ଅଧିକ ଫାଇଦା ହେବ। ଏହା ସହ ଏହି ଫିଚର ଗ୍ରୁପ୍ ଚାଟ୍‌କୁ ଆହୁରି ସହଜ କରିବ।

ହ୍ବାଟ୍ସଆପ୍‌ର ନୂଆ ଫିଚର

ପ୍ରକୃତରେ ବର୍ତ୍ତମାନ ଯଦି କୌଣସି ମେମ୍ବର ଗ୍ରୁପ୍ରେ ଯୋଡ଼ି ହେଉଛନ୍ତି, ତେବେ ତାଙ୍କୁ ପୁରୁଣା ମେସେଜ ଜଣାପଡ଼ିନଥାଏ। ଏମିତିରେ ଗ୍ରୁପର ଅନ୍ୟ ମେମ୍ବର ତାଙ୍କୁ ପୂର୍ବ ମେସେଜ ସବୁର ସ୍କ୍ରିନସଟ୍ କିମ୍ବା ଫରଓ୍ବାର୍ଡ କରିଥାନ୍ତି। ଯେମିତି ଗ୍ରୁପରେ ପୂର୍ବରୁ କ’ଣ ଆଲୋଚନା ହୋଇଥିଲା ତାହା ନୂଆ ମେମ୍ବର ମଧ୍ୟ ଜାଣିପାରିବେ।

ରିପୋର୍ଟ ଅନୁସାରେ, ହ୍ବାଟ୍ସଆପ୍ ଯେଉଁ ନଆ ଫିଚର ଆଣିଛି ତାହା ଦ୍ବାରା ଏବେ କେହି ନୂଆ ମେମ୍ବର ଗ୍ରୁପରେ ଯୋଡ଼ିହେଲେ ତାଙ୍କୁ ଆଉ ପୁରୁଣା ମେମ୍ବରଙ୍କ ସହ କଥାବାର୍ତ୍ତା ହେବାରେ ଅସୁବିଧା ହେବନି। ଅର୍ଥାତ ଏବେ ନୂଆ ମେମ୍ବର ଗ୍ରୁପରେ ଯୋଡ଼ି ହେବା ପରେ ସେ ଗ୍ରୁପର ପୁରୁଣା ମେସେଜ ସବୁ ଜାଣିପାରିବେ।

Also Read: Oracle layoff : ବିଛଣାରୁ ଉଠିଲା ବେଳକୁ ଚାଲିଯାଉଛି ଚାକିରି, ମେସେଜ୍ କରି ଚାକିରି ଖାଉଛି ଓରାକଲ, ୩୦ ହଜାର ଛଟେଇ ଯୋଜନା

ଏହାଦ୍ବାରା ନୂଆ ୟୁଜର ଗ୍ରୁପରେ ହୋଇଥିବା ଆଲୋଚନା ବିଷୟରେ ଜଲଦି ଜାଣିପାରିବେ। ତାଙ୍କୁ ବାରମ୍ବାର ଅନ୍ୟ ମେମ୍ବରଙ୍କୁ ପଚାରିବାକୁ ପଡ଼ିବନି। ତେବେ ଏହି ଫିଚର ଦ୍ବାରା ଗ୍ରୁପ୍ ଆଡମିନ କିମ୍ବା ନୂଆ ମେମ୍ବର ସର୍ବନିମ୍ନ ୨୫ ଏବଂ ସର୍ବାଧିକ ୧୦୦ ମେସେଜ ଶେୟାର କରିପାରିବେ। ଏହି ଫିଚର ବିଶେଷ କରି ଅଫିସ, ଫ୍ୟାମିଲି ଏବଂ ଷ୍ଟଡି ଗ୍ରୁପ୍ରେ ବେଶ୍ ଉପଯୋଗୀ ହେବ।

ଆଡମିନଙ୍କ ପାଖରେ ରହିବ ପୂରା କଣ୍ଟ୍ରୋଲ

ଏହି ଫିଚରରେ ଗ୍ରୁପ୍ ଆଡମିନଙ୍କୁ ବିଶେଷ ଅଧିକାର ଦିଆଯାଇଛି। ଆଡମିନ ଚାହିଁଲେ ଏହି ସେଟିଂକୁ ଅନ୍ କିମ୍ବା ଅଫ୍ କରିପାରିବେ। ଅର୍ଥାତ ସେ ନିର୍ଦ୍ଧାରିତ କରିବେ ଗ୍ରୁପରେ ଏହି ସୁବିଧା ବ୍ୟବହାର ହେବ ନା’ ନାହିଁ। ଅବଶ୍ୟ ଆଡମିନଙ୍କ ପାଖରେ ସବୁବେଳେ ଏହି ଅପ୍ସନ ରହିବ ଯେ, ସେ ନିଜେ ମେସେଜ ହିଷ୍ଟ୍ରି ଶେୟାର କରିପାରିବେ।

ତେବେ ଏହି ଫିଚରକୁ ମାନୁଆଲ ଭାବରେ ଆକ୍ଟିଭ କରିବାକୁ ପଡ଼ିବ। ଅର୍ଥାତ ଯେତେବେଳେ ଆବଶ୍ୟକ ପଡ଼ିବ ସେତେବେଳେ ହିଁ ମେସେଜ ଶେୟାର କରାଯାଇପାରିବ। ଏହାଦ୍ବାରା ଅଯଥା ମେସେଜ ଶେୟାର ହେବାର ସମସ୍ୟା ମଧ୍ୟ ହେବନାହିଁ ଏବଂ ଗ୍ରୁପ୍ର କଣ୍ଟ୍ରୋଲ ସଂପୂର୍ଣ୍ଣ ଭାବରେ ଆଡମିନ ଏବଂ ୟୁଜର୍ସଙ୍କ ହାତରେ ରହିବ।