କୋଲକାତା ୨୯।୦୪ : ଭୋଟ୍ ଦେଉଛି ପଶ୍ଚିମବଙ୍ଗ । ଆଜି ପଶ୍ଚିମବଙ୍ଗରେ ଦ୍ଵିତୀୟ ତଥା ଶେଷ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ହେଉଛି । ଏହି ପର୍ଯ୍ୟାୟରେ ୧୪୨ଟି ଆସନରେ ମତଦାନ ହେଉଛି। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏ ଚାଲିବ ।

କୋଲକାତା, ଉତ୍ତର ୨୪ ପ୍ରଗଣା, ଦକ୍ଷିଣ ୨୪ ପ୍ରଗଣା, ହାୱଡ଼ା , ହଗୁଳି, ପୂର୍ବ ବର୍ଦ୍ଧମାନ ଏବଂ ନଦିଆ ଜିଲ୍ଲାରେ ଭୋଟ ଗ୍ରହଣ ହେଉଛି। ମୋଟ ୧ହଜାର ୪୪୮ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ଏମାନଙ୍କ ମଧ୍ୟରେ ୨୨୦ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ଏହି ପର୍ଯ୍ୟାୟରେ ୩ କୋଟି ୨୦ ଲକ୍ଷରୁ ଅଧିକ ମତଦାତା ନିଜର ମତଦାନ କରୁଛନ୍ତି । ଏଥିପାଇଁ ୪୧ ହଜାର ମତଦାନ କେନ୍ଦ୍ର କରାଯାଇଛି । ଭବାନୀପୁର ଆରସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଶୁଭେନ୍ଦୁ ଅଧିକାରୀ ଲଢୁଛନ୍ତି । ଏହି ଆସନ ଉପରେ ସମସ୍ତଙ୍କ ନଜର ରହିଛି।

Also Read:-ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଭଉଣୀର ଶବ ଖୋଳି ଆଣିବା ଘଟଣା, କାରଣ ଜାଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ RDC ତଦନ୍ତ ନିର୍ଦ୍ଦେଶ

ତେବେ ଶାନ୍ତିଶୃଙ୍ଖଳା ସହ ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସମ୍ବେଦନଶୀଳ ବୁଥ୍ ମାନଙ୍କରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି। ଏଥିସହିତ ବୁଥ୍ ଗୁଡ଼ିକରେ ସିସିଟିଭି ଏବଂ ୱେବକାଷ୍ଟିଂର ବ୍ୟବସ୍ଥା ହୋଇଛି। ସୀମାନ୍ତ ଅଞ୍ଚଳକୁ ସିଲ୍ କରାଯାଇଛି। ଗତ ୨୩ ତାରିଖରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୫୨ଟି ଆସନରେ ଭୋଟ ହୋଇଥିଲା। ମେ’ ୪ରେ ଫଳ ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟ ଭୋଟ୍ ରେ ୯୩ ପ୍ରତିଶତ ଭୋଟିଂ ହୋଇଥିବାରୁ ଦ୍ବିତୀୟ ପର୍ଯ୍ୟାୟରେ ବି ବମ୍ପର ଭୋଟିଂ ହେବ ବୋଲି ସମସ୍ତେ ଆଶାବାଦୀ।