ରିୟାଦ: ସାଉଦୀ ଆରବ ରାଜଧାନୀ ରିୟାଦର କିଙ୍ଗ ଖାଲିଦ ଏୟାର ପୋର୍ଟ ଉପରେ ରବିବାର ପୁଣି ଥରେ ଆକ୍ରମଣ ହୋଇଛି। ହୁତୀ ବିଦ୍ରୋହୀମାନେ ଏୟାରପୋର୍ଟର ପାସେଞ୍ଜର ଟର୍ମିନାଲ ଉପରକୁ ଏକ ପ୍ରୋଜେକ୍ଟାଇଲରେ ଆକ୍ରମଣ କରିଛନ୍ତି। ସାଉଦୀ ଆରବ ମେଣ୍ଟ ଏହି ସୂଚନା ଦେଇଛି। ତେବେ କ୍ଷୟକ୍ଷତି ସମ୍ପର୍କିତ କୌଣସି ସୂଚନା ଆସି ନାହିଁ। ଲଗାତାର ଦ୍ୱିତୀୟ ଦିନ ଏହି ଆକ୍ରମଣ ହୋଇଛି। ଏହା ପୂର୍ବରୁ ଶନିବାର ଏକ ଆକ୍ରମଣରେ ୩୦୦ ଲୋକେ ଆହତ ହୋଇଥିଲେ। ଏମାନଙ୍କ ମଧ୍ୟରେ ୧୧ ଜଣ ଭାରତୀୟ ମଧ୍ୟ ଅଛନ୍ତି।

ଏହି ଆକ୍ରମଣ ସେହି କମ୍ପ୍ଲେକ୍ସ ଉପରେ ହୋଇଛି ଯେଉଁଠି ଡୋମେଷ୍ଟିକ୍ ଫ୍ଲାଇଟ୍ ଲାଗି ଟର୍ମିନାଲ ୩ ଓ ୪ ରହିଛି। ମଧ୍ୟପ୍ରାଚ୍ୟରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଏପରି ଆକ୍ରମଣ ଏବେ ଅଧିକ ହେବାରେ ଲାଗିଛି। ଏଥିରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ହୁତୀ ବିଦ୍ରୋହୀଙ୍କ ବିରୋଧୀ ଯୁଦ୍ଧରେ ସାମିଲ ହେବାକୁ ବିଚାର କରୁଛନ୍ତି। ସେପଟେ ହୁତୀମାନେ କହିଛନ୍ତି ଯେ ୟେମେନ ରାଜଧାନୀ ସନାରେ ସେମାନଙ୍କ ନିୟନ୍ତ୍ରଣରେ ଥିବା ଏୟାରପୋର୍ଟ ଉପରେ ଆକ୍ରମଣ ହୋଇଛି। ଏଥି ଲାଗି ସେମାନେ ସାଉଦୀ ଆରବ କୁ ଦାୟୀ କରୁଛନ୍ତି। ଏହା ପୂର୍ବରୁ ଶନିବାର ମଧ୍ୟ ମିଜାଇଲ ଆକ୍ରମଣ ହୋଇଥିଲା ଓ ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା।