ଭୁବନେଶ୍ବର ୨୦।୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ରାଜ୍ୟ ସରକାର ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରାଯାଇଛି । ଗତବର୍ଷ ତୁଳନାରେ ବଜେଟ ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି ।

ଏ ଖବର ବି ପଢ଼ନ୍ତୁ:- Budget2026: ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଘୋଷଣା : ସ୍ନାତକ ସମାପ୍ତ ପରେ ୧ ଲକ୍ଷ ୧ ଟଙ୍କା ଦିଆଯିବ

ମୁଖ୍ୟମନ୍ତ୍ରୀ ରାଜ୍ୟର ଭିତ୍ତିଭୂମିକୁ ମଜଭୁତ କରିବା ପାଇଁ ସରକାରଙ୍କ ବିଶେଷ ଧ୍ୟାନ ଥିବା କହିଛନ୍ତି । ବଜେଟରେ ସେ ଘୋଷଣା କହିଛନ୍ତି ଯେ, ଆମେ ଆମର ଭବିଷ୍ୟତ ପିଢ଼ି ପାଇଁ ବିଶ୍ବସ୍ତରୀୟ ଭିତ୍ତିଭୂମି ନିର୍ମାଣ କରିବୁ । ଆଗାମୀ ବର୍ଷଗୁଡ଼ିକରେ କିଛି ନୂତନ ପ୍ରମୁଖ ସଡ଼କ ପ୍ରକଳ୍ପଗୁଡ଼ିକୁ ବିକଶିତ କରିବାକୁ ପ୍ରସ୍ତାବ ଦେଉଛି । କୋରାପୁଟ ଜିଲ୍ଲାର ଜୟପୁର ସହରକୁ ଉପକୂଳବର୍ତ୍ତୀ ସହର ବ୍ରହ୍ମପୁର ସହିତ ସଂଯୋଗ କରିବା ପାଇଁ ପ୍ରାୟ ୯ ହଜାର କୋଟି ଟଙ୍କା ପ୍ରକଳ୍ପ ମୂଲ୍ୟରେ ୨ ଶହ ୮୭ କିଲୋମିଟର ଲମ୍ବ ବିଶିଷ୍ଟ ବ୍ରହ୍ମପୁର-ଜୟପୁର ରାସ୍ତା ବିକଶିତ କରାଯିବା ।

ଏ ଖବର ବି ପଢ଼ନ୍ତୁ:- ଜଳଭଣ୍ଡାର-କ୍ଷେତ୍ର ବିକାଶ ପାଇଁ ୯୯ କୋଟି, ପୁରୀରେ ହେବ "ଶାମୁକା" ପ୍ରକଳ୍ପ

ନମୋ ଏକ୍ସପ୍ରେସୱେ ପୂର୍ବ-ପଶ୍ଚିମ କରିଡରର ଭାବେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିକୁ ବରଗଡ଼ ଜିଲ୍ଲାର ଅମ୍ବାଭୋନା ସହିତ ସଂଯୋଗ କରି କରିବ । ୯ ଶହ ୬୯ କି କିଲୋମିଟର ବିଶିଷ୍ଟ ଅଟଳ ଏକ୍ସପ୍ରେସ ୱେ ଉତ୍ତର-ଦକ୍ଷିଣ କରିଡରର ଭାବରେ ମାଲକାନାଗିରି ଜିଲ୍ଲାର ମୋଟୁକୁ ମୟୂରଭଞ୍ଜ ଜିଲ୍ଲାର ତିରିଙ୍ଗି ସହିତ ସଂଯୋଗ କରିବା ।