ଇସଲାମାବାଦ, ୦୯/୦୯ : ପାକିସ୍ତାନ କ୍ରିକେଟ୍ ଟିମର ଅବସ୍ଥା ଭଲ ନାହିଁ । ଦଳ ଲଗାତାର ଭାବେ ହାରୁଛି । ଗତ କିଛି ଦିନ ତଳେ ଖେଳାଳିଙ୍କ ମୋବାଇଲ ଫୋନକୁ ମ୍ୟାଚ୍ ପୂର୍ବରୁ ଜବତ କରାଯାଇଥିଲା । ଅର୍ଥାତ ଟିମର ସ୍ଥିତି ଖରାପ । ଯଦି ପାକିସ୍ତାନ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜରେ ୩-୦ରେ ହାରେ ତାହାଲେ ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ । ଦଳରେ ଅନେକ ସମସ୍ୟା ଅଛି । ଖାଲି ଖେଳାଳି କିମ୍ବା ବୋର୍ଡରେ ସମସ୍ୟା ନାହିଁ । ତାଳି ଦୁଇ ହାତରେ ବାଜେ ବୋଲି କହିଛନ୍ତି ପାକିସ୍ତାନର ପୂର୍ବତନ ମହାନ ବୋଲର ଓ୍ୱାସିମ୍ ଆକ୍ରମ୍ ।

ଓ୍ୱାସିମ୍ କହିଛନ୍ତି ଯେ, ଖେଳାଳିମାନଙ୍କ ମାନସିକ ସ୍ଥିତିରେ ସୁଧାର ଆସିବା ଦରକାର । ଯାହା ଅଧିକ ସମସ୍ୟା କରୁଛି । ଖେଳାଳିମାନେ ଚାପରେ ରହୁଛନ୍ତି । ଏହା ସତ କଥା । ବୋର୍ଡକୁ ଦୋଷମୁକ୍ତ କରିଦେବା ଠିକ୍ ନୁହେଁ । କାରଣ ପାକିସ୍ତାନରେ ଦୁଇ ହାତରେ ତାଳି ବାଜେନି ବୋଲି ଏକ କଥା ଅଛି । ଯାହା ପାକିସ୍ତାନ କ୍ରିକେଟକୁ ଦେଖିଲେ ବୁଝି ହେଉଛି ।

Also Read :- ମାଡ଼ି ଆସିବ ଅଜଣା ରୋଗ, ତିଆରି ହେବେ ସୁପର ହ୍ୟୁମାନ ! ୨୦୨୭କୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଅନୁମାନ

ସେ ଆହୁରି କହିଛନ୍ତି ଯେ, ଇଂଲଣ୍ଡଠୁ ଦଳ ୩-୦ରେ ଟେଷ୍ଟ୍ ହାରିବ ବୋଲି ସେ ପୂର୍ବରୁ ଜାଣିଥିଲେ । ବ୍ୟାଟସମ୍ୟାନ୍ ମାନେ ରନ୍ ପାଇଁ ସଙ୍ଘର୍ଷ କରୁଛନ୍ତି । ବୋଲରମାନେ ଅତି ଖରାପ ପ୍ରଦର୍ଶନ କରୁଛନ୍ତି । ଫିଲ୍ଡିଂ ଆହୁରି ଖରାପ ରହିଛି । ଏହା ରକେଟ୍ ସାଇନ୍ସ ନୁହେଁ । କିନ୍ତୁ ଦଳର ପ୍ରଦର୍ଶନ ନିମ୍ନକୁ ଗଲାଣି । ତାଙ୍କୁ ଅନେକ ସମୟରେ ଦଳ ପାଇଁ କିଛି କରିବେ କି ବୋଲି ପଚରାଯାଏ । ସେ ଦଳରେ ଏକା କିଛି କରିପାରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି ।

ଆକ୍ରମ୍ ଆହୁରି କହିଛନ୍ତି ଯେ, ସମସ୍ୟା ସେତେ ଗଭୀର ନୁହେଁ । ଷ୍ଟାର୍ ଖେଳାଳି ରହିଛନ୍ତି । କିନ୍ତୁ ଆଉ କିଛି ନାହିଁ । ଖାଲି ନାଁ ବଡ ଅଛି । କାହାର ଧୈର୍ଯ୍ୟ ନାହିଁ । ପ୍ରଥମ ଶ୍ରେଣୀ କ୍ରିକେଟରେ କିଏ ଭଲ ପ୍ରଦର୍ଶନ କରୁ ନାହାଁନ୍ତି । ଫ୍ୟାନ୍ସଙ୍କୁ ମଧ୍ୟ ଏସବୁ ନିରାଶ କରୁଛି । ସେମାନେ ତାଙ୍କ ଫେଭରେଟ୍ ଟିମର ପରାଜୟ ଦେଖୁଛନ୍ତି । ପୂର୍ବରୁ ସେ ଅନେକ ପ୍ରୟାସ କରିଛନ୍ତି । ଏବେ ଆଉ କରିବାକୁ କିଛି ନାହିଁ ବୋଲି ପୂର୍ବତନ ଭେଟେରାନ୍ କହିଛନ୍ତି ।