ନୂଆଦିଲ୍ଲୀ, ୦୯/୦୯ : ସତ ହୋଇଛି ୨୦୨୬ର ଅନେକ ଆକଳନ । ସେ ନେପାଳ ଟ୍ରାଜେଡି ହେଉ କିମ୍ବା ଆମେରିକା ଏବଂ ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ । ଦୀର୍ଘ ଦଶନ୍ଧି ତଳେ ଅନୁମାନ କରିଥିଲେ ବଲଗେରିଆର ବାବା ଭେଙ୍ଗା । ତାଙ୍କ ଭବିଷ୍ୟବାଣୀ ସତ ହେଉଛି ବୋଲି କୁହାଯାଏ । ତେବେ ୨୦୨୬ ଭଳି ୨୦୨୭କୁ ନେଇ ମଧ୍ୟ ସେ ଅନେକ କଥା କହିଛନ୍ତି । ଯାହା ଏବେ ସାମ୍ନାକୁ ଆସିଛି । ଯିଏ ବି ଭେଙ୍ଗା ବାବାଙ୍କ ଅନୁମାନ ଜାଣୁଛି ତାହାର ପାଦ ତଳୁ ମାଟି ଖସି ଯାଉଛି । କାରଣ ସେ ୨୦୨୭କୁ ନେଇ ଅନେକ ଭୟଙ୍କର ଅନୁମାନ କରିଛନ୍ତି ।

କୁହାଯାଏ ପୂର୍ବରୁ ରହସ୍ୟମୟ ବାବା ଭାବେ ପରିଚିତ ଭେଙ୍ଗା କୋଭିଡ-୧୯, ୯-୧୧ ଆକ୍ରମଣ, ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଭଳି ଅନେକ ଘଟଣାର ପୂର୍ବାନୁମାନ କରିଥିଲେ । ତାଙ୍କ ଅନୁଗାମୀ କୁହନ୍ତି ଯେ ସେ ଭବିଷ୍ୟ ଦେଖିପାରନ୍ତି । ଯାହାକୁ ଭିତ୍ତି କରି ୨୦୨୭ର ଅନେକ ପୂର୍ବାନୁମାନ ସାମ୍ନାକୁ ଆସିଛି ।

Also Read :- ୫ ଇରାନୀ ତେଲ ଟ୍ୟାଙ୍କରକୁ ଧ୍ୱଂସ କଲା ଆମେରିକା, US ବେସ୍ ଉପରେ ତେହେରାନର ବାଲିଷ୍ଟିକ୍ ମିସାଇଲ ଆଟାକ୍

ବାବାଙ୍କ ପୂର୍ବାନୁମାନ ଅନୁସାରେ, ୨୦୨୭ରେ ପୃଥିବୀରେ ପୁଣି କୋଭିଡ-୧୯ ଭଳି ଅଜଣା ରୋଗ ମାଡ଼ି ଆସିବ । ଏହାସହ ସୁପରହ୍ୟୁମାନ ଜନ୍ମ ହେବେ । ଯେଉଁମାନଙ୍କ ପାଖରେ ଅଧିକ ଶକ୍ତି ଥିବ । ଏହି ସୁପରହ୍ୟୁମାନମାନେ କଣ କରିବେ ସେନେଇ କିଛି ଜଣାପଡି ନାହିଁ । ସେମାନଙ୍କୁ ଏହି ଶକ୍ତି ଏକ ପରୀକ୍ଷା କିମ୍ବା ସଂକ୍ରମଣରୁ ମିଳିବ । ସମସ୍ତେ ସଂକ୍ରମିତ ହେଲେ ବି ଅଳ୍ପ କିଛି ଜଣ ସୁପରହ୍ୟୁମାନ୍ ହୋଇପାରିବେ ।

୨୦୨୬ର ଅନୁମାନ

୨୦୨୬ରେ ବାବା ବିଶ୍ୱଯୁଦ୍ଧ ନେଇ ଅନୁମାନ କରିଥିଲେ । ଏହାସହ ଜଳବାୟୁ ପରିବର୍ତ୍ତନ, ଏଆଇ ଏବଂ ପ୍ରଯୁକ୍ତିବିଦ୍ୟାର ବିପଦ ଆଦି ବାବଦରେ କହିଥିଲେ । ଯାହା ଅନେକାଂଶରେ ସତ ହୋଇଛି । ମଧ୍ୟପ୍ରାଚ୍ୟରେ ଦୀର୍ଘଦିନ ହେବ ଯୁଦ୍ଧ ଲାଗି ରହିଛି । ଖାଲି ବାବା ଭେଙ୍ଗା ନୁହେଁ ନୋଷ୍ଟ୍ରାଡମସ୍ ମଧ୍ୟ ସମାନ ପୂର୍ବାନୁମାନ କରିଥିଲେ । ଏହାସହ ବଡ଼ ଭୂମିକମ୍ପ ଆସିବ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ଶକ୍ତିବୃଦ୍ଧି ନେଇ ମଧ୍ୟ ଭେଙ୍ଗା ଅନୁମାନ କରିଥିଲେ ।