କେନ୍ଦ୍ରାପଡ଼ା : ନିଶା ଆଗରେ ହାର ମାନିଗଲା ସମ୍ପର୍କର ମୂଲ୍ୟ। ସାମାନ୍ୟ ବଚସାରୁ ଏତେ ବଡ଼ ଅଘଟଣ ଯେ, ମାମୁଁଙ୍କ ଜୀବନ ନେବାକୁ ପଛାଇଲାନି ନିଜ ଭଣଜା। ନିଶାସକ୍ତ ଅବସ୍ଥାରେ ତେଣ୍ଟାରେ ଆକ୍ରମଣ କରି ମାମୁଁଙ୍କୁ କଲା ହତ୍ୟା । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ପଞ୍ଚାୟତ ମା’ ସାହାଣୀ ଗ୍ରାମରେ ଗୁରବାର ସନ୍ଧ୍ୟାରେ ଘଟିଛି ଅଘଟଣା। ମଦ୍ୟପ ଭଣଜା ତାଙ୍କ ମାମୁଁଙ୍କୁ ନିଶାସକ୍ତ ଅବସ୍ଥାରେ ତେଣ୍ଟାରେ ଆକ୍ରମଣ କରିବା ଫଳରେ ମାମୁଁଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି l

ସୂଚନାମୁତାବକ, ଆଳି ଥାନା ଅନ୍ତର୍ଗତ ମା’ ସାହାଣୀ ଗ୍ରାମର ଗିରିଧର ଦାସ । ତାଙ୍କ ଭଣଜା କରନ ଦାସ। ସନ୍ଧ୍ୟା ସମୟରେ କୌଣସି କାରଣକୁ ନେଇ ଉଭୟଙ୍କ ଭିତରେ ବଚସା ହୋଇଥିଲା। ଏହି ସମୟରେ ନିଶାସକ୍ତ ଅବସ୍ଥାରେ ଥିବା ଭଣଜା କରନ ଦାସ୍ ଏକ ତେଣ୍ଟାରେ ମାମୁ ଗିରିଧରଙ୍କ ବାମ ପଟ ଛାତିକୁ ଆକ୍ରମଣ କରିଥିଲେ l ତେଣ୍ଟାଟିର ଆଘାତ ଏତେ ଜୋରେ ଥିଲା ଯେ ତେଣ୍ଟାଟି ଗିରିଧରଙ୍କର ଛାତିରେ ପଶିଯିବା ସହ ଗଭୀର କ୍ଷତ ସୃଷ୍ଟି ହୋଇଥିଲା l ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଆଳି ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l

ଘଟଣାରୁ ତଦନ୍ତ କରି ଅଭିଯୁକ୍ତକୁ ଧରିଛି ପୋଲିସ୍। ମାମୁଁ ମୃତ ଘଟଣାରେ ଅଭିଯୁକ୍ତ ଭଣଜାକୁ ନେଇ ଘଟଣା ସ୍ଥଳରେ ପୋଲିସ ସିନ୍ ରିକ୍ରିଏସନ କରିଛି । ଅନ୍ୟପଟେ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

Also Read- Tractor Bus Collision : ଘନ କୁହୁଡିରେ ଦେଖା ଗଲାନି ରାସ୍ତା, ଟ୍ରାକ୍ଟର ପଛରେ ପିଟି ହୋଇ ଓଲଟିଲା ବସ୍