ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଜଗତର ସୁପରଷ୍ଟାର ବିରାଟ କୋହଲିଙ୍କୁ ନେଇ ତାଙ୍କର ପୂର୍ବତନ ଆରସିବି (RCB) ସାଥୀ ଖେଳାଲି ତଥା ଇଂଲଣ୍ଡର ଅଲରାଉଣ୍ଡର ଲିଆମ ଲିଭିଂଷ୍ଟୋନ ଏକ ବଡ଼ ଖୁଲାସା କରିଛନ୍ତି। ‘ଦ ଓଭରଲ୍ୟାପ୍ କ୍ରିକେଟ୍’ (The Overlap Cricket) ୟୁଟ୍ୟୁବ୍ ଚ୍ୟାନେଲରେ କଥାବାର୍ତ୍ତା ବେଳେ ଲିଭିଂଷ୍ଟୋନ କହିଛନ୍ତି ଯେ, ବିରାଟ ମୈଦାନରେ ଯେତିକି ଆକ୍ରମଣାତ୍ମକ, ବ୍ୟକ୍ତିଗତ ଜୀବନରେ ସେତିକି ଶାନ୍ତ ଓ ନମ୍ର। ତାଙ୍କ ମତରେ, ବିରାଟ ଭାରତରେ ଥିବା ସମୟରେ ଅଧିକ ସମୟ ଲାଇମଲାଇଟ୍ ବା ଚର୍ଚ୍ଚାରୁ ଦୂରେଇ ରହିବାକୁ ଚାହାଁନ୍ତି।

ମୈଦାନ ଭିତରେ ଓ ବାହାରେ ଦୁଇ ଭିନ୍ନ ବ୍ୟକ୍ତିତ୍ୱ ହେଉଛନ୍ତି ବିରାଟ

ଲିଭିଂଷ୍ଟୋନଙ୍କ କହିବା ଅନୁଯାୟୀ, ବିରାଟ କୋହଲିଙ୍କ ମୈଦାନ ମଧ୍ୟର ବ୍ୟକ୍ତିତ୍ୱ ସମ୍ପୂର୍ଣ୍ଣ ଭିନ୍ନ। ମୈଦାନରେ ସେ ଅତ୍ୟନ୍ତ ପ୍ରତିଯୋଗିତାମୂଳକ ଏବଂ ଯଦି କେହି ତାଙ୍କୁ ଉସୁକାଏ, ତେବେ ସେ ତାର କଡ଼ା ଜବାବ ଦେବାକୁ ପଛାନ୍ତି ନାହିଁ। ମାତ୍ର ମୈଦାନ ବାହାରେ ସେ ଜଣେ ଅତ୍ୟନ୍ତ ସରଳ ବ୍ୟକ୍ତି, ଯିଏ ନିଜ ପରିବାର ସହ ସମୟ କାଟିବାକୁ ଭଲ ପାଆନ୍ତି। ଲିଭିଂଷ୍ଟୋନ କହିଛନ୍ତି, "ବିରାଟ ପ୍ରକୃତରେ ଜଣେ ଭଲ ମଣିଷ। ଭାରତରେ ସେ ଯେଉଁ ଜୀବନ ଜିଉଁଛନ୍ତି, ବୋଧହୁଏ ସେଭଳି ଜୀବନ ସେ ଜିଇଁବାକୁ ଚାହାଁନ୍ତି ନାହିଁ। ସେ ସବୁବେଳେ ଲୋକଙ୍କ ନଜରରେ ରହିବାକୁ ପସନ୍ଦ କରନ୍ତି ନାହିଁ। ବିରୋଟ କୋହଲି ଲାଇମଲାଇଟ୍ରୁ ଦୂରେଇ ରହିବାକୁ ଚାହାନ୍ତି ବୋଲି ଲିଭିଂଷ୍ଟୋନ କହିଛନ୍ତି।

Also Read- Vaibhav Sooryavanshi: ବିଭବଶାଳୀ ବୈଭବ, କେତେ ଧନୀ କ୍ରିକେଟ୍ର wonderkid ?

ଲଣ୍ଡନରେ କାହିଁକି ରହୁଛନ୍ତି ବିରାଟ?

ବିରାଟ କୋହଲି ଗତ କିଛି ବର୍ଷ ହେବ ନିଜ ପରିବାର (ପତ୍ନୀ ଅନୁଷ୍କା ଶର୍ମା ଏବଂ ସନ୍ତାନ) ସହିତ ଲଣ୍ଡନରେ ରହୁଛନ୍ତି। ସେ କେବଳ କ୍ରିକେଟ୍ ମ୍ୟାଚ୍, ବ୍ୟବସାୟିକ କାର୍ଯ୍ୟ ଏବଂ ଆଧ୍ୟାତ୍ମିକ ଯାତ୍ରା ପାଇଁ ଭାରତ ଆସନ୍ତି। ତାଙ୍କର ଏହି ନିଷ୍ପତ୍ତି ପଛରେ କାରଣ ହେଉଛି ଭାରତରେ ଥିବା ପ୍ରବଳ ଜନସମର୍ଥନ ଓ ମିଡିଆର ସ୍କ୍ରୁଟିନି, ଯାହାଠାରୁ ସେ ଦୂରେଇ ରହିବାକୁ ଚାହାଁନ୍ତି ବୋଲି ଲିଭିଂଷ୍ଟୋନ କହିଛନ୍ତି।

ଆରସିବିରେ ବୈଷୟିକ ପରିବର୍ତ୍ତନସେହିଭଳି ଆଇପିଏଲ୍ରେ ବିରାଟଙ୍କର ଖେଳ ଶୈଳୀରେ ପରିବର୍ତ୍ତନ ଆସିଛି ବୋଲି କହିଛନ୍ତି ଲିଭିଂଷ୍ଟୋନ। ସେ କହିଛନ୍ତି ଯେ, ଆରସିବିର ମ୍ୟାନେଜମେଣ୍ଟ (ମୋ ବୋବାଟ ଏବଂ ଆଣ୍ଡି ଫ୍ଲାୱାର) ବିରାଟଙ୍କ ଖେଳ ଶୈଳୀରେ ବଡ଼ ପରିବର୍ତ୍ତନ ଆଣିଛନ୍ତି। ପୂର୍ବରୁ ବିରାଟ ଯେଭଳି ଖେଳ ପ୍ରଦର୍ଶନ କରୁଥିଲେ ଏବେ ଅଧିକ ଆକ୍ରମଣାତ୍ମ ହୋଇଛନ୍ତି। ବୋବାଟ ଓ ଆଣ୍ଡି ଫ୍ଲାୱାର ତାଙ୍କୁ ଏଭଳି ଖେଳିବାକୁ ପରାମର୍ଶ ଦେଇଥିଲେ। ପାୱାରପ୍ଲେରେ ସେ ଅଧିକ ଆକ୍ରମଣାତ୍ମକ ଶୈଳୀରେ ଖେଳିବା ସହିତ ଅଧିକ ଛକା ମାରିବାକୁ ବିରାଟଙ୍କୁ କୁହାଯାଇଛି। ସୂଚନା ଥାଉକି ୨୦୨୬ ଆଇପିଏଲରେ ସେ ୧୬୫.୮୪ ଷ୍ଟ୍ରାଇକ୍ ରେଟ୍ ସହ ୬୭୫ ରନ୍ ସଂଗ୍ରହ କରିଥିଲେ, ଯାହାକି ଆରସିବିକୁ ଦୁଇଥର ଟ୍ରଫି ଜିତାଇବାରେ ସହାୟକ ହୋଇଥିଲା। ସେ ସ୍ପିନରଙ୍କ ବିପକ୍ଷରେ ମଧ୍ୟ ଏବେ ଅଧିକ ଶଟ୍ ଖେଳୁଛନ୍ତି।

Also Read- Vinesh Phogat: ଭାରତୀୟ କୁସ୍ତି ସଂଘକୁ ବଡ଼ ଝଟ୍କା ଦେଲେ ସୁପ୍ରିମକୋର୍ଟ

କେବେ ଦିନିକିଆ ଖେଳିବେ ବିରାଟ ?

ରିପୋର୍ଟ ଅନୁଯାୟୀ ବିରାଟ କୋହଲି ୧୪ ମଇରୁ ଆରମ୍ଭ ହେଉଥିବା ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ଏକଦିବସୀୟ ସିରିଜରୁ ବାଦ ପଡ଼ିଛନ୍ତି। ସେ ଆହତ ଥିବା ଜଣାପଡ଼ିଛି। ମାଂସପେଷୀ ଆଘାତ ଲାଗିଥିବାରୁ ତାଙ୍କୁ ଏହି ମ୍ୟାଚ୍ରୁ ବାଦ ଦିଆଯାଇଛି। ତେବେ ଜୁଲାଇରେ ଇଂଲଣ୍ଡରେ ହେବାକୁ ଥିବା ଏକଦିବସୀୟ ସିରିଜ ପାଇଁ ବିରାଟ ଟିମ୍କୁ ଫେରି ପାରନ୍ତି ବୋଲି ଆଶା କରାଯାଉଛି।