ସୁବର୍ଣ୍ଣପୁର : କାଳ ହେଲା ଘନ କୁହୁଡ଼ି । ସକାଳୁ ସକାଳୁ ସୁବର୍ଣ୍ଣପୁରରେ ଅଘଟଣ। ଧାନ କଟା ମେସିନ୍ ବୋଝେଇ ଟ୍ରାକ୍ଟରକୁ ଧକ୍କା ଦେଲା ଯାତ୍ରୀବାହୀ ସରକାରୀ ବସ୍ । ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ସୂଚନା । ସୁବର୍ଣ୍ଣପୁର ଜିଲ୍ଲା 57 ନମ୍ବର ଜାତୀୟ ରାଜପଥ ବଲାଙ୍ଗୀର ରାସ୍ତାର କୁଲିପାଲି ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା।

ସୂଚନାନୁସାରେ, ଭୁବନେଶ୍ୱରରୁ ବଲାଙ୍ଗୀରକୁ ଫେରୁଥିଲା ଏକ ସରକାରୀ ବସ୍ । ଘନ କୁହୁଡ଼ି ଯୋଗୁଁ ଭାରସାମ୍ୟ ହରାଇ ଏକ ଧାନ କଟା ମେସିନ୍ ବୋଝେଇ ଟ୍ରାକ୍ଟରକୁ ଧକ୍କା ଦେଇ ରାସ୍ତା କଡ଼କୁ ଖସି ପଡିଛି । ଫଳରେ କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣା ପଡ଼ିଛି । ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି । ତେବେ ଟ୍ରାକ୍ଟର ଡ୍ରାଇଭର ସମେତ ପାଖରେ ଯାଉଥିବା ଏକ ବାଇକ ଆରୋହୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ହରଡଖୋଲ ଫାଣ୍ଡି ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି ।

Also Read- ପୁଣି ବିପଦ : ୧୧ରେ ବଙ୍ଗୋପ ସାଗରରେ ଘୂର୍ଣ୍ଣିବଳୟ, ୧୫ ତାରିଖରେ ଅବପାତ !