"କର୍ମ ହିଁ ଭଗବାନ… ଏହି କଥାଟିକୁ ଆଜି ସମ୍ପୂର୍ଣ୍ଣ ରୂପେ ପ୍ରମାଣିତ କରିଛନ୍ତି କେରଳର ଜଣେ ବସ୍ ଡ୍ରାଇଭର। ଜଣେ ଡ୍ରାଇଭର ପାଇଁ ତାଙ୍କ ଗାଡ଼ି କେବଳ କିଛି ମେଟାଲ ଏବଂ ଟାୟାରର ଢାଞ୍ଚା ନୁହେଁ, ବରଂ ଜୀବନର ସୁଖ-ଦୁଃଖର ଏକ ସାଥୀ। ଅବସରର ଶେଷ ମୁହୂର୍ତ୍ତରେ ନିଜ ବସ୍‌କୁ ସେ ଯେପରି ବିଦାୟ ଦେଲେ, ତାହା ଦେଖିଲେ ଯେକୌଣସି ବ୍ୟକ୍ତିଙ୍କ ଆଖିରେ ଲୁହ ଆସିଯିବ..."

It happens only in India.

For some, a profession is more than a job, it becomes a part of life. Respect to Paul Kurian for this unforgettable farewell.

KSRTC Driver bid a tearful farewell to the bus before retirement. pic.twitter.com/s2qIFJpOtH

ଇଣ୍ଟରନେଟରେ ଏବେ ଏହି ଭିଡିଓ ସମସ୍ତଙ୍କ ହୃଦୟ ଜିତିଛି। କେରଳ ରାଜ୍ୟ ସଡ଼କ ପରିବହନ ନିଗମ ଅର୍ଥାତ୍ KSRTC ର ଡ୍ରାଇଭର ପଲ୍ କୁରିଆନ। ସେପ୍ଟେମ୍ବର ୨ ତାରିଖରେ ଇଡୁକି ଜିଲ୍ଲାର କୁମିଲି ଡିପୋରେ ଘଟିଛି ଏହି ହୃଦୟସ୍ପର୍ଶୀ ଘଟଣା। ଜୀବନର ଦୀର୍ଘ ବର୍ଷ ଧରି ଯେଉଁ ବସ୍ ତାଙ୍କ ପରିବାରକୁ ପ୍ରତିପାଳନ କରିଥିଲା ଏବଂ କୋଟି କୋଟି ଯାତ୍ରୀଙ୍କୁ ସୁରକ୍ଷିତ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଥିଲା, ସେହି ଗାଡ଼ିରୁ ଅବସର ନେବା ସମୟରେ କୁରିଆନ ନିଜକୁ ସମ୍ଭାଳି ପାରିନଥିଲେ। ସିଫ୍ଟ ଶେଷ ହେବା ପରେ ବସ୍ ପାଖରେ ଠିଆ ହୋଇଥିବା ବେଳେ ଭାବପ୍ରବଣ ହୋଇଯାଇଥିଲେ। ଶେଷରେ ସେ ଷ୍ଟିଅରିଂକୁ ଚୁମ୍ବନ ଦେଇଥିଲେ, ଗାଡ଼ିର ଚାରୋଟି ଟାୟାରକୁ ଶ୍ରଦ୍ଧାରେ ସ୍ପର୍ଶ କରି ପ୍ରଣାମ କରିଥିଲେ ଏବଂ ଶେଷରେ ଆଖିରେ ଲୁହ ଧରି ଗାଡ଼ିକୁ ସାଲ୍ୟୁଟ୍ କରି ବିଦାୟ ନେଇଥିଲେ।

ସୋସିଆଲ ମିଡିଆରେ ପ୍ରଶଂସାର ସୁଅ

ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ପ୍ରଶଂସାର ସୁଅ ଛୁଟିଛି। ଲୋକମାନେ କହୁଛନ୍ତି ଯେ ଏହା ହେଉଛି ଭାରତୀୟ ସଂସ୍କୃତିର ପ୍ରକୃତ ପ୍ରତିଫଳନ, ଯେଉଁଠାରେ ନିର୍ଜୀବ ବସ୍ତୁକୁ ମଧ୍ୟ ଜୀବନ୍ତ ଭାବି ସମ୍ମାନ ଦିଆଯାଏ। କାମ ପ୍ରତି ଏପରି ସଚ୍ଚୋଟତା ଏବଂ କୃତଜ୍ଞତାବୋଧ ଆଜିର ଯୁଗରେ ଏକ ବିରଳ ଦୃଶ୍ୟ।

Also Read- ପୃଥିବୀର ବିନାଶ: ବିଶ୍ୱବ୍ୟାପୀ ମହାବିପତ୍ତି ପରେ ବି ବଞ୍ଚିରହିବେ ଏହି ୭ଟି ଦେଶ, କହିଦେଲେ ବୈଜ୍ଞାନିକ