ଉଦଳା ୧୩।୧୦: ବିଦ୍ୟାଳୟକୁ ଗୋଦାବରୀଶ ମିଶ୍ର ବିଦ୍ୟାଳୟ ରୂପାନ୍ତରଣ ଦାବିରେ ଅଭିନବ ପ୍ରତିବାଦ । ଦାବି ଜଣାଇବା ପାଇଁ ୯ କିଲୋମିଟର ଚାଲି ଚାଲି ଗଲେ । ବିଦ୍ୟାଳୟ ପରିଚାଳନା କମିଟି ସହିତ ଗ୍ରାମବାସୀ ଏକତ୍ରିତ ହୋଇ ଚାଲି ଚାଲି ଯାଇଛନ୍ତି ।

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ମହୁଲପଙ୍ଖା ପ୍ରାଥମିକ ବିଦ୍ୟାଳୟକୁ ଗୋଦାବରୀଶ ମିଶ୍ର ବିଦ୍ୟାଳୟ ରୂପାନ୍ତରଣ ଦାବିରେ ବିଦ୍ୟାଳୟ ପରିଚାଳନା କମିଟି ଏବଂ ଗ୍ରାମବାସୀ ମାନେ କପ୍ତିପଦା ଗାନ୍ଧୀ ଛକ ଠାରୁ ଉଦଳା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ୯ କିଲୋମିଟର ଚାଲି ଚାଲି ଯାଇଛନ୍ତି । ଏହି ବିଦ୍ୟାଳୟ ଗୋଦାବରୀଶ ମିଶ୍ର ବିଦ୍ୟାଳୟ ଭାବେ ରୂପାନ୍ତରିତ ହେବାର ଥିଲେ ସୁଦ୍ଧା ତାକୁ ପରିବର୍ତ୍ତନ କରାଯାଇ ମଝିଗଡ଼ିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ରୂପାନ୍ତରଣ କରାଯାଉଛି । ଯାହାକୁ ବିରୋଧ କରିଛନ୍ତି ଗ୍ରାମବାସୀ ।

Also Read:- ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଅଡିଓ ଭାଇରାଲ୍, ଭୋଟ୍ ଦେବାକୁ ମିଳୁଛି ଧମକ !

ତେଣୁ ଏହି ପ୍ରାଥମିକ ବିଦ୍ୟାଳୟକୁ ରୂପାନ୍ତରଣ କରିବା ଦାବିରେ ଏହିଭଳି ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ । ଯଦି ଏହାପରେ ମଧ୍ୟ ପ୍ରଶାସନ ନ ଶୁଣେ ତେବେ ଗ୍ରାମବାସୀ ଆଇନ ଅମାନ୍ୟ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Watch Video: